ଭଙ୍ଗା ଛତା ତଳେ ସକାଳକୁ ଅପେକ୍ଷା କରି ବସି ରହିଥିଲେ, ରାତି ପାହି ସକାଳ ହେଲା,ହେଲେ ଭିଜି ଯାଇଥିବା ଚୁଲିରେ ଆଉ ନିଆଁ ଲାଗିଲା ନାହିଁ । ସେପଟେ କଲେଗାଁ ରେ ଚାଲିଛି ଦିଆଳି ପର୍ବ । ଲୋକେ ପିଠାପଣା କରି ନାଚ ଗୀତରେ ମସଗୁଲ ଥିବା ବେଳେ ଗୋଟିଏ ପରିବାର ଏପଟେ ବାସ ନଥାଇ ଭୋକ ଉପାସରେ ଜରିପାଲ ଛିଣ୍ଡା , ଭଙ୍ଗାଘର,କାଦୁଅ ପଚପଚ ଭିତରେ ସକାଳ ଅପେକ୍ଷା ରେ ଥିବା ଦୃଶ୍ୟ ଥିଲା କିନ୍ତୁ ହୃଦୟବିଦାରକ ।
ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ କୂଟ୍ରିଛାପର ଗ୍ରାମପଂଚାୟତ ଅନ୍ତର୍ଗତ କଲେଗାଁ ଗ୍ରାମ ଠାରେ,। ଏଠାରେ ରହୁଥିବା ଅମର ଗୌଡ଼ ଙ୍କ ପରିବାର । ଯେଉଁ ପରିବାର ରେ ଅମର ଏବଂ ତାଙ୍କ ସ୍ତ୍ରୀ ସାବିତ୍ରୀ ଙ୍କ ସମେତ ବଡ଼ ଝିଅ ରୁକୁଣୀ ଏବଂ ଆଉ ତିନି ପୁଅଝିଅ, ମୋଟ ଛଅ ଜଣ ପ୍ରାଣୀ ଅତି ଦୁଃଖ କଷ୍ଟରେ ରୁହନ୍ତି, ସରକାରୀ ସୁବିଧା କହିଲେ ଛଅ ଜଣ ପ୍ରାଣୀକୁ ମିଳୁଛି ମାତ୍ର କୋଡିଏ କେଜି ଚାଉଳ ବାକି ବିଚରା ଅମର ଗାଈ ଜଗୁଆଳ ରହି ଯାହା କିଛି ରୋଜଗାର କରେ ତାହା କେବଳ ତେଲ ଲୁଣ କୁ ନିଅଣ୍ଟ।ବିଗତ ବର୍ଷ ଫନି ବାତ୍ୟା ରେ ଗୋଟିଏ ଜରି ମିଳିଥିଲା ତାପରେ ଆଜି ଦିନ ଅର୍ଥାତ୍ ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ କାଦୁଅ ପଚପଚ ହେବା ପରେ ପୁନର୍ବାର ଅନ୍ୟ ଏକ ଜରି ଦେଇ ପ୍ରଶାସନ ଚୁପ୍ । ଏପଟେ ତେଲିଆ ମୁଣ୍ଡରେ ତେଲ। ଯିଏ ୧୦ ଲକ୍ଷ ଟଙ୍କାର ଘର କରିପାରିବ ତାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଇସା ମିଳୁଛି କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଜରିପାଲ ତଥା ପୁରୁଣା ଲୁଗା ଘେର କରି ଯିଏ ରହୁଛି ତାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଇସା ମିଳୁନି। ଧନ୍ୟ ରେ ସରକାର। ଖାଲି ବଡ଼ବଡ଼ ଭାସଣ- ଆମେ କାହାରିକୁ ଚାଳ ଘରେ ରହିବାକୁ ଦେବୁନି । ଏପଟେ ଲୋକେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଇସା ପାଇ ଘରକରି ଘରଭଡ଼ା ଦେଇଥିବା ବେଳେ ସେପଟେ ଜରିପାଲ ତଳେ ଜୀବନ କଟୁଛି । ସେଇ ଭିତରେ ରନ୍ଧା ତଥା ସେଇ ଭିତରେ ପାଠପଢ଼ା। ଏଣୁ ତୁରନ୍ତ ଏହାର ସମାଧାନ କରି ଏପରି ପରିବାର ଗୁଡ଼ିକୁ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇଦେବାକୁ ସାଧାରଣ ରେ ଦାବି ହେଉଛି। ଏବେ ଦେଖିବାକୁ ବାକି ରହିଲା କେଉଁଦିନ ପ୍ରସାଶନର ନିଦ ଭାଙ୍ଗୁଛି ।