କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡିଶା ଗସ୍ତ ସ୍ଥଗିତ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ୭ଦିନିଆ ରାଷ୍ଟ୍ରୀୟ ଶୋକ ପାଇଁ ଗୃହମନ୍ତ୍ରୀ ଗସ୍ତ ସ୍ଥଗିତ ହୋଇଥିବା ଜଣାପଡିଛି। ୨୮ ତାରିଖ ଅର୍ଥାତ କାଲି ଓଡିଶା ଆସିଥାନ୍ତେ ଶାହା। କାଲି ସଂନ୍ଧ୍ୟାରେ ଭୁବନେଶ୍ବର ଗସ୍ତରେ ଆସିଥାନ୍ତେ ଗୃହମନ୍ତ୍ରୀ। ୨୯ ତାରିଖ ସକାଳେ ଭୁବନେଶ୍ବରରେ ରହି ଦିଲ୍ଲୀ ରାଷ୍ଟ୍ରୀୟ ବିଜେପି କାର୍ଯ୍ୟାଳୟରେ ହେବାକୁ ଥିବା ବୌଠକରେ ସାମିଲ ହୋଇଥାନ୍ତେ। ଭିସି ମାଧ୍ୟମରେ ଅମିତ ଶାହା ବୌଠକରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ହେଲେ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି । ଏନେଇ ଯାଜପୁର ସାଂସଦ ରବି ନାରାୟଣ ବେହେରା ସୂଚନା ଦେଇଛନ୍ତି । ତାଙ୍କ ସୂଚନା ମୁତାବକ ମନମୋହନ ସିଂଙ୍କ ଦେହାନ୍ତ ପରେ ଏବେ ଦେଶ ଗୋଟିଏ ସପ୍ତାହ ପାଇଁ ଶୋକ ପାଳୁଛି । ଏହାକୁ ସମ୍ମାନ ଦେଇ ଗୃହମନ୍ତ୍ରୀ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ କରିଛନ୍ତି ।