ସନ୍ଷ୍ଟାର ଟିଭି ବ୍ୟୁରୋ
ଲକ୍ଷ୍ନୌ: ଆଜିଠୁ ସାରା ଦେଶରେ ଟିକାକରଣର ଡ୍ରାଏ ରନ୍ ପ୍ରକ୍ରିୟା ଚାଲିଛି । ହେଲେ ଏହା ଭିତରେ ସମାଜବାଦୀ ପାର୍ଟି(ଏସପି)ର ମୁଖ୍ୟ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କର ଏକ ବଡ ବୟାନ ସାମନାକୁ ଆସିଛି। ସେ କହିଛନ୍ତି, ମୁଁ କରୋନାର ଭ୍ୟାକସିନ୍ ନେବି ନାହିଁ। ମୋତେ ବିଜେପିର ଭ୍ୟାକସିନ୍ ଉପରେ ଭରସା ନାହିଁ । ଅଖିଳେଶଙ୍କ ଏହି ବୟାନକୁ ନେଇ ବିଜେପି କଡା ପ୍ରତିକିୟା ଦେଇଛି।
କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, କରୋନା ଭ୍ୟାକସିନ ପାଇଁ ସାରା ବିଶ୍ବରେ ବୈଜ୍ଞାନିକମାନେ ରାତି ଦିନ ଏକ କରି ଏହି ଭ୍ୟାକସିନ୍ ପ୍ରସ୍ତୁତ କରିଛନ୍ତି, କିଭଳି ଲୋକଙ୍କ ଜୀବନ ବଞ୍ଚିଯାଉ । ହେଲେ ଅଖିଳେଶ ଯାଦବ ନିଜର ବୁଡିଯାଉଥିବା ରାଜନୀତି କ୍ୟାରିୟରକୁ ବଞ୍ଚାଇବା ପାଇଁ ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ବୟାନବାଜି କରୁଛନ୍ତି।