ଭୁବନେଶ୍ୱର ,ପୁରୀ ,କଟକରେ ଗଡ଼ିବ ୩ ଟି ବସ | ଦିଲ୍ଲୀ ଓ ଲଦାଖ ପରେ ଏହାକୁ ଆପଣାଉଛି ଓଡିଶା |୨୦୨୫ ଅଗଷ୍ଟ ୧୫ ସୁଦ୍ଧା ଗ୍ରୀନ ହାଇଡ୍ରୋଜେନ ବସ ଗଡ଼ିବା ନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନୟନ୍ନ ମନ୍ତ୍ରୀ | ଏହା ପରେ ସମସ୍ତ ଡିଜେଲ ଚାଳିତ ବସକୁ ଧୀରେ ଧୀରେ ଅପସାରିତ କରାଯିବ | ପୂର୍ବ ଭାରତରେ ଏଭଳି ପ୍ରୋଜେକ୍ଟ ଆରମ୍ଭ କରିବାରେ ଓଡିଶା ହେବ ପ୍ରଥମ ରାଜ୍ୟ | ଖର୍ଚ୍ଚ କମ ସାଙ୍ଗକୁ ଏହା ପରିବେଶ ଲାଗି ଉପଯୋଗୀ |
ଓଡିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରନ୍ସପୋର୍ଟ ବା କ୍ରୁଟ୍ର
ଶକ୍ତି ବିଭାଗର ଗ୍ରୀଡ଼ କର୍ପୋରେସନ ଅଫ ଓଡିଶା ଲିମିଟେଡ଼ ବା ଗ୍ରୀଡ଼କୋ ଏବଂ ଏନଟିପିସି ମଧ୍ୟରେ ଏକ ବୁଝାମଣା ପତ୍ର ଚୁକ୍ତି ସ୍ଵାକ୍ଷର ହୋଇଛି | ଗତକାଲି ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ , ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନୟନ୍ନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ କ୍ରୁଟ୍ର ର ପରିଚାଳନା ନିର୍ଦେଶକ ତିରୁମାଲା ନାୟକ ,ଏନଟିପିସି ସିଜିଏମ ଡ଼ି ଏମ ଆର ପଣ୍ଡା ଗ୍ରୀଡ଼କୋର ପରିଚାଳନା ନିର୍ଦେଶକ ତ୍ରିଲୋଚନ ପଣ୍ଡା ପ୍ରମୁଖ ରାଜିନାମାରେ ସ୍ଵାକ୍ଷର କରିଛନ୍ତି |
ଏହି ବୁଝାମଣା ଅନୁସାରେ ଏନଟିପିସି ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ତିନୋଟି ହାଇଡ୍ରୋଜେନ ଚାଳିତ ବସ ନିୟୋଜିତ ହେବ | ଏସବୁ ବସ ଏକ କିଲୋଗ୍ରାମ ହାଇଡ୍ରୋଜେନ ପ୍ରତି ବସରେ ୧୨ କିଲୋମିଟର ମାଇଲେଜ ପ୍ରଦାନ କରିବ | ପ୍ରତିଟି ବସ ରେ ଯାତ୍ରୀମାନଙ୍କ ପାଇଁ ୪୨ ଟି ସିଟ ଏବଂ ୫୮ କେଜି ଇନ୍ଧନରେ ୬୦୦ କିମି ପର୍ଯ୍ୟନ୍ତ ବସ ଚଳାଚଳ କରିବାର କ୍ଷମତା ରଖିଛି |
ହାଇଡ୍ରୋଜେନ ବସ ଚାଲିଲେ ପେଟ୍ରୋଲ ଖର୍ଚ୍ଚ କମ ହେବ | ପ୍ରଚୁର ମାତ୍ରାରେ ଅକ୍ସିଜେନ୍ ନିର୍ଗତ ହେବ | ପରିବେଶରୁ ଅଙ୍ଗାରକ୍ଲାମ ମାତ୍ରା କମିବ | ଶକ୍ତି ସମ୍ପଦ ବଞ୍ଚିବ ଓ ସମୟ ମଧ୍ୟ ବଞ୍ଚିବ |