ଆମେ ସମସ୍ତେ ଛୋଟବେଳୁ ଶୁଣି ଆସିଛେ, କଟିନ ପରିଶ୍ରମ ହିଁ ସଫଳତାରର ଚାବିକାଠି। ନିଜ ଭିତରେ ଯଦି କିଛି କରିବାର ଇଚ୍ଛା ଥାଏ, ତେବେ ସଫଳତା ତୁମ ପାଦ ଦେଶ ଛୁଇଁବ। ଆଉ ଏଇ ସମାନ ଜିନିଷ ଦେଖିବାକୁ ମିଳିଛି ଜଣେ ଭିକାରୀ ପାଖରେ। ସେ କଠିନ ପରିଶ୍ରମ କରିନୁହେଁ ବରଂ ଭିକ ମାଗି ମାଗି ହୋଇଛନ୍ତି ଦୁନିଆର ସବୁଠୁ ଧନୀ ଭିକାରୀ। ଆଜ୍ଞା ହଁ। ବିଶ୍ବାସ କରି ନହେଉଥିଲେ ବି ଏହି କଥାଟି ହେଉଛି ସତ। ନିଜ ପରିଶ୍ରମ ଦ୍ବାରା ଏଭଳି କିଛି ଉଦାହରଣ ସୃଷ୍ଟି କରିପାରିଛ୍ତି ଜଣେ ଭିକାରୀ। କେବଳ ଭିକମାଗି ମାସକୁ ରୋଜଗାର କରୁଛନ୍ତି 75 ହଜାର।
ସାଧାରଣତଃ ଭିକାରୀ କଥା ମନକୁ ଆସିଲେ, ପ୍ରଥମେ ମନକୁ ଛବି ଆସେ, ସେ ଚିରା ଫଟା ପୋଷାକ ପିନ୍ଧିଥିବ, ନୁଖୁରା ଚୁଟି ସହ ଅପରିଷ୍କାର ଦେଖାଯାଉଥିବ। ନିଇତି ବଞ୍ଚିବା ପାଇଁ ଏବଂ ଦୁଇ ଓଳା ଖାଇବା ପାଇଁ କେତେ ଯେ ସଂଘର୍ଷ କରିବାକୁ ପଡେ ତାହା ଜଣେ ଭିକାରୀକୁ ଦେଖିଲେ ଜଣା ପଡିଯାଏ। କିନ୍ତୁ ଯଦି ଏହି ଦାରିଦ୍ର ସୀମାରେଖା ଭିତରେ ରହୁଥିବା ଭିକାରୀ କୋଟିପତି ବାହାରେ ତେବେ ଆଶ୍ଟର୍ଯ୍ୟ ଲାଗିବା ସ୍ବାଭାବିକ କଥା।
କେବଳ ଭିକମାଗି ମାସକୁ ରୋଜଗାର 75 ହଜାର। ସେ ହେଉଛନ୍ତି 7 କୋଟି ସମ୍ପତ୍ତିର ମାଲିକ। ତାଙ୍କ ନାଁ ହେଉଛି ଭାରତ ଜୌନ। ସେ ମୁମ୍ବାଇରେ ରହନ୍ତି। ତାଙ୍କୁ ଦୁନିଆର ସବୁଠୁ ଧନୀ ଭିକାରୀ ବୋଲି କୁହାଯାଉଛି। ସେ ଭିକମାଗିଥିବା ପଇସାରେ କୋଟି କୋଟି ଟଙ୍କାର ସମ୍ପତ୍ତି କରିଛନ୍ତି। କେବଳ ଏତିକି ନୁହେଁ ମୁମ୍ବାଇରେ ତାଙ୍କର 2ଟି ପ୍ଳାଟ ସହ ଏକାଧିକ ପ୍ଲଟ ରହିଛି। ସେ ମୁମ୍ବାଇରେ ରହୁଥିବା ଘରର ମୂଲ୍ୟ 1 କୋଟି 20 ଲକ୍ଷ ଟଙ୍କା। ଏହାସହ ତାଙ୍କର ଥାନେ ଅଂଚଳରେ ଦୋକାନ ମଧ୍ୟ ରହିଛି। କେବଳ ଦୋକାନରୁ ତାଙ୍କର ମାସକୁ ରୋଜଗାର 30 ହଜାର। ଭାରତ ଜୌନଙ୍କ ପରିବାରରେ ତାଙ୍କ ପତ୍ନୀ, ଦୁଇପୁଅ, ଭାଇ, ପିତା ଅଛନ୍ତି। ତାଙ୍କ ଛୁଆ କନେଭଟ ସ୍କୁଲରେ ପାଠ ପଢିଛନ୍ତି। ଆଉ ଏବେ ଭାରତଙ୍କ ଦୋକାନ ସମ୍ଭାଳୁଛନ୍ତି। ପ୍ରାରମ୍ଭରୁ ତାଙ୍କ ପରିବାର ଲୋକେ ବାରଣ କରିବା ସତ୍ତ୍ବେ ତାଙ୍କୁ ଭିକ ମାଗିବା ପସନ୍ଦ ଥିବାରୁ ସେ ଏହି ବୃତ୍ତିକୁ ଆପଣାଇଥିଲେ। ଏଇ କାମ ସେ ଦୀର୍ଘ 40 ବର୍ଷ ହେଲା କରିଆସୁଛନ୍ତି। ସେ ଦିନକୁ 12 ଘଣ୍ଟା ଯାଏଁ ଭିକ ମାଗନ୍ତି। 12 ଘଣ୍ଟାରେ ସେ ଦିନକୁ 2500 ଟଙ୍କା ପାଖାପାଖି କମାନ୍ତି। ଏପରି କରି ସେ ବର୍ଷକୁ ପ୍ରାୟ 75 ହଜାର ରୋକଗାର କରୁଛନ୍ତି।
ତେବେ ସବୁଠୁ ବଡ କଥା ହେଲା ଏତେ ସବୁ ସମ୍ପର୍ତ୍ତି ଥାଇ ମଧ୍ୟ ସେ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ ଏବଂ ଆଜାଦ ମଇଦାନରେ ଭିକ୍ଷାବୃତ୍ତି ଜାରି ରଖିଛନ୍ତି। ତେବେ ଭାରତ ଜୌନଙ୍କ କାହାଣୀ ନିଷ୍ଠା ଏବଂ ପରିଶ୍ରମର ଏକ ଉଲ୍ଲେଖନୀୟ ଉଦାହରଣ ହୋଇପାରିବ ବୋଲି କୁହାଯାଇପାରେ। ଆଉ ଏବେ ଭରତଙ୍କ ନାଁ ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ଭିକମାଗି କିପରି ଜଣେ ଏତେ ସଫଳତା ହାସଲ କରିଛନ୍ତି ଏକଥା ସମସ୍ତିଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।