ବିଜେପି ସରକାର ଉପରେ ଅଭିଯୋଗ ପରେ ଅଭିଯୋଗ ଫର୍ଦ୍ଦ ଯୋଡି ହେଉଛି । ସୁଭଦ୍ରା ଯୋଜନାରେ 5 ବର୍ଷରେ ୫୦ ହଜାର ଟଙ୍କା ମିଳିବା ପ୍ରତାରଣା ପରେ ବୃଦ୍ଧ, ଓ ଦିବ୍ୟାଙ୍ଗଙ୍କ ସହ ଛଳନା କରିବାକୁ ପଛେଇଲେନି ସରକାର । 6 ମାସ ହୋଇଗଲା ମାତ୍ର ଦେଇଥିବା କଥା ଉପେର ଆଲୋଚନା ମଧ୍ୟ କଲେନି ମୋହନ । ଯହାକୁ ନେଇ ରାଜ୍ୟବାସୀଙ୍କ ଭିତରେ ଅସନ୍ତୋଷର ନିଆଁ ଲାଗିଛି । ଭତ୍ତା ୩୦୦୦ ହଜାର ଟଙ୍କା, ସରକାର ଗଠନ ଦିନ ଚିଟଫଣ୍ଡ ଟଙ୍କା ଫେରସ୍ତ, ୩୦୦ ୟୁନିଟ ମାଗଣା ବିଜୁଳି ପରି ବଡ଼ ବଡ଼ ନିର୍ବାଚନୀ ପ୍ରତିଶୃତି ଦେଇ ବିଜେପି ଓଡ଼ିଶାବାସୀଙ୍କ ଠାରୁ ଭୋଟ ନେଇଥିଲା । ହେଲେ ସରକାର ଗଠନ ପରେ ସବୁ ଭୁଲିଗଲେ। ଯାହାକୁ ନେଇ ସାଧାରଣରେ ତେଜିବାରେ ଲାଗିଛି ଅସନ୍ତୋଷ । 6 ମାସରେ ଭତ୍ତା ଟଙ୍କାଙ୍କୁ ଚାହିଁ ଚାହିଁ ବୁଢାବୁଢୀଙ୍କ ଆଖି ଜଳକା ହୋଇଗଲାଣି । ଅନ୍ୟପଟେ ମାଗଣା ବିଜୁଳି ସ୍ବପ୍ନ ଦେଖାଇ ରାଜ୍ୟବାସୀଙ୍କୁ ଅନ୍ଧକାରରେ ଛାଡିଦେଇଛନ୍ତି ବୋଲି ଅଭିଯୋଗ ମଧ୍ୟ ହେଉଛି । ଚିଟ ଫଣ୍ଡ ଜମାକାରୀ ମଧ୍ୟ ଟଙ୍କା ଫେରସ୍ତର ଆଶା କରିବା ଏବେ ଛାଡିଦେଲେଣି । ନବୀନ ସରକାରରେ ଖୁସିରେ ଥିବା ଜନତା ବିଜେପି ସରକାର ଆସୁ ଆସୁ ହନ୍ତ ସନ୍ତ ହେଲେଣି ବୋଲି କହିବା ଆରମ୍ଭ କରିଛନ୍ତି । ନିର୍ବାଚନ ସରୁସରୁ କ୍ଷମତା ଲୋଭୀ ମୋହନ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶୃତି ଭୁଲିଗଲେ ବୋଲି ଅଭିଯୋଗ ବାଢୁଛନ୍ତି ଆନ୍ଦଳନକାରୀ ।
୨୦୨୪ ନିର୍ବାଚନରେ ଓଡ଼ିଶାରେ ଯେଉଁ କେତୋଟି ଗ୍ୟାରେଣ୍ଟିକୁ ବିଜେପି ଅଧିକ ପ୍ରଚାର କରୁଥିଲା। ସେ ମଧ୍ୟରୁ ଭତ୍ତା ବଢ଼ିବା ଥିଲା ବଡ଼ ପ୍ରତିଶୃତି । ହେଲେ ସରକାର ଗଠନର ୬ ମାସ ପରେ ବି ବଢ଼ିଲାନି ବୃଦ୍ଧ ବୃଦ୍ଧା, ବିଧବା, ଦିବ୍ୟାଙ୍ଗଙ୍କ ଭତ୍ତା। ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହିତାଧିକାରୀ। ସିଧାସିଧା ସରକାରଙ୍କୁ ଶୁଣାଇଛନ୍ତି କଥା ଦେଇ ଭୋଟ ନେଲ, ଏବେ ନିଜ ପ୍ରତିଶୃତି ପାଳନ କର। ବିଜେଡି ମଧ୍ୟ ସରକାରଙ୍କୁ ସମାଲୋଚନା କରିଥିବା ବେଳେ, ଚିରାଚରିତ ଢ଼ଙ୍ଗରେ ଉତ୍ତର ରଖିଛି ବିଜେପି। ନିର୍ବାଚନ ବେଳେ ଅନେକ ବଡ଼ ବଡ଼ ପ୍ରତିଶୃତି ଦେଇଥିଲା ବିଜେପି। ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତାକୁ ବୃଦ୍ଧି କରି ୩୦୦୦ ଟଙ୍କା କରାଯିବ ବୋଲି ଓଡ଼ିଶାବାସୀଙ୍କୁ ଗ୍ୟାରେଣ୍ଟି ଦେଇଥିଲା ଭାରତୀୟ ଜନତା ପାର୍ଟି। ଓଡ଼ିଶାରେ ବର୍ତ୍ତମାନ ଭତ୍ତା ବାବଦକୁ ହଜାରେ ଟଙ୍କା ମିଳୁଥିବା ବେଳେ, ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ୧୨୦୦ ଟଙ୍କା ଦିଆଯାଉଛି। ସେହିପରି ଭିନ୍ନକ୍ଷମଙ୍କୁ ମଧ୍ୟ ଯଥାକ୍ରମେ ହଜାରେ ଓ ୧୨୦୦ ଟଙ୍କା ପ୍ରଦାନ କରାଯାଉଛି। ଏବେ ଦରଦାମ ଆକାଶଛୁଆଁ ହୋଇଥିବା ବେଳେ ଭତ୍ତା ବୃଦ୍ଧି ନହେବା ହିତାଧିକାରୀଙ୍କ ଦୁଃଖକୁ ଦୁଇଗୁଣିତ କରିଛି।
ପରିଣତ ବୟସରେ ବି ରାଜଧାନୀକୁ ଆସି ମୋହନ ସରକାରଙ୍କୁ ନିଜର ପ୍ରତିଶୃତି ପାଳନ କରିବାକୁ ଗୁହାରୀ କରିଛନ୍ତି ହିତାଧିକାରୀ । ଏବେ ଦେଖିବାକୁ ବାକି ରହିଲା କେବା ଭାଙ୍ଗୁଛି ସରକାରଙ୍କ ନିଦ । ବରିଷ୍ଠଙ୍କ ଉପରେ କେବେ ପଡୁଛି ମୋହନଙ୍କ ନଜର ।