ସାରା ଦେଶରେ ଚର୍ଚ୍ଚା ବଢାଇଛି ସମ୍ଭଲରେ ଉଦ୍ଧାର ହୋଇଥିବା ୪୦୦ ବର୍ଷର ପୁରୁଣା ଶିବ-ହନୁମାନ ମନ୍ଦିର। ସାମ୍ପ୍ରତିକ କାରଣରୁ ମନ୍ଦିର ବନ୍ଦ ହୋଇ ରହିଥିବା କୁହାଯାଉଥିବା ବେଳେ ବିଦ୍ୟୁତ ଚୋରି ନେଇ ସ୍ଥାନୀୟ ପ୍ରଶାସନରର ଚଢାଉ ସମୟରେ ଏହି ମନ୍ଦିରକୁ ଉଦ୍ଧାର କରିଥିଲା ପ୍ରଶାସନ। ଆଉଏହି ମନ୍ଦିର ଠାବ ହେବାପରେ ମନ୍ଦିର ବିଷୟରେ ଦିନକୁ ଦିନ ସାମ୍ନାକୁ ଆାସୁଛି କିଛି ନୂଆା ନୂଆା ତଥ୍ୟ। ପୋଲିସ କର୍ମଚାରୀ ଗର୍ଭ ଗୃହ ସଫା କରିବା ସମୟରେ ଗୋଟିଏ ଶିବଲିଙ୍ଗ ଏବଂ କାନ୍ଥରେ ହନୁମାନଙ୍କ ମୂର୍ତ୍ତି ରହିଥିବା ଦେଖବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଲିସ ଅଧିକାରୀ ସମ୍ଭଲରେ ଲାଉଡ ସ୍ପିକର ଯାଞ୍ଚ କରାଯାଉଥିବାବେଳେ ବେଆଇନ ବିଦ୍ୟୁତ ସଂଯୋଗର ବିଷୟରେ ଜାଣିବାକୁ ପାଇଥିଲେ। ସେହି ଅଞ୍ଚଳରେ ପାୱାର ହାଉସ ନିର୍ମାଣ କରି ବେଆଇନ ଭାବେ ଲୋକଙ୍କୁ ବିଦ୍ୟୁତ ଯୋଗାଇ ଦିଆଯାଉଥିଲା। ଯେତେବେଳେ ଅଧିକ ତଦନ୍ତ କରିବା ପାଇଁ ପୋଲିସ ସେଠାରେ ଥିବା ସମସ୍ତ ଘର ମସଜିତ ଉପରେ ଚଢାଉ କଲା, ସେଠାରେ ପୁରାତନ ମନ୍ଦିର ଦେଖିବାକୁ ମିଳିଥିଲା। ମନ୍ଦିରର ଉଦ୍ଧାର ପରେ ଏବେ ଆାକ୍ସନ ମୋଡ଼ରେ ପ୍ରଶାସନ। ମନ୍ଦିର ପାଖରେ ଥିବା ବେଆାଇନ କାମକୁ ରୋକିବାକୁ ପ୍ରଶାସନ ଅଣ୍ଟା ଭିଡ଼ିବା ସହ ମନ୍ଦିର ପାଖରେ ଥିବା ବେଆାଇନ ଘରକୁ ମଧ୍ୟ ଭଙ୍ଗା ଚାଲିଛି ।
ତେବେ ଏହି ମନ୍ଦିରଟି ହେଉଛି ମହାଦେବ-ହନୁମାନଙ୍କ ମନ୍ଦିର। ଏବଂ ଏହା ହେଉଛି ଏକ ବହୁ ପୁରୁଣା ମନ୍ଦିର। ୪୬ ବର୍ଷ ଧରି ଏହି ମନ୍ଦିରଟିକୁ ମୁସଲିମ ସମ୍ପ୍ରଦାୟ ନିଜ ଅକ୍ତିଆରକୁ ନେଇଥିଲ । ଏବେ ମନ୍ଦିରଟିର ସନ୍ଧାନ ପାଇବା ପରେ ପ୍ରଶାସନ ନିଜ କଣ୍ଟ୍ରୋଲକୁ ନେଇଛି। ଶୃଙ୍ଖଳାକୁ ଆଖି ଆଗରେ ରଖି ମନ୍ଦିର ପାଖରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏବଂ ସମସ୍ତ ବେଆାଇନ କାମକୁ ବନ୍ଦ କରାଯାଉଛି। ୧୯୭୮ ମସିହାରେ ହୋଇଥିବା ଏକ ଦଙ୍ଗା ପରେ ଏହି ମନ୍ଦିର ଦୀର୍ଘ ବର୍ଷ ଧରି ବନ୍ଦ ହୋଇ ରହିଥିଲା। ସେଠାରେ କୌଣସି ହିନ୍ଦୁ ଲୋକ ବସବାସ କରୁନଥିବାରୁ ପୂଜାପାଠ ମଧ୍ୟ ବନ୍ଦ ରହିଥିଲା । କିନ୍ତୁ ବତ୍ତର୍ମାନ ୪ ଦଶନ୍ଧି ପରେ ଏହି ମନ୍ଦିରର ତାଲା ଖୋଲାଯାଇଛି। ଏବେ ସମସ୍ତ ରୀତିନୀତି ଅନୁଯାୟୀ ସେଠାରେ ପୂଜାପାଠ ମଧ୍ୟ ଆରମ୍ଭ ହୋଇଛି। ମନ୍ଦିର ନିକଟରେ ଥିବା କୂଅ ଉପରୁ ଜବର ଦଖଲ ହଟାଇବା ପାଇଁ କାର୍ଯ୍ୟାନୁଷ୍ଠାନ ଯୋରଦାର ଚାଲିଛି।
ଦୀର୍ଘ 4 ଦଶନ୍ଧି ପରେ ଯେତେବେଳେ ମନ୍ଦିର ଖୋଲିଲା, ସେହି ଅଞ୍ଚଳ ଛାଡି ପଳାଇଥିବା ଅନେକ ହିନ୍ଦୁ ଦର୍ଶନ ପାଇଁ ଏଠାକୁ ଆସୁଛନ୍ତି। ଧିରେ ଧିରେ ମନ୍ଦିର ପରିସରରେ ଲୋକଙ୍କ ଭିଡ ଜମୁଛି। ଯେଉଁମାନେ ଦର୍ଶନ ପାଇଁ ଆସୁଛନ୍ତି, ସେମାନେ କିଭଳି ସେ ସମୟରେ ହିନ୍ଦୁମାନଙ୍କୁ ଜୀବନ୍ତ ଜଳାଯାଇଥିଲା ସେ ବିଷୟରେ କହୁଛନ୍ତି। ସେମାନେ ଦାବି କରିଛନ୍ତି ଯେ ସମ୍ୱଲରୁ ହିନ୍ଦୁମାନଙ୍କର ପଳାୟନ ର କାରଣ ହେଉଛି , 1978 ମସିହାର ଦଙ୍ଗା।
ଡଙ୍ଗା ଯେତେବେଶେ ଭୟଙ୍କର ରୂପ ନେଲା, ଭୟ ଏବଂ ଆତଙ୍କ କାରଣରୁ ସେମାନଙ୍କୁ ସେମାନଙ୍କର ପ୍ରାଚୀନ ମନ୍ଦିରକୁ ତାଲା ପକାଇ ଚାଲିଯିବାକୁ ପଡିଲା। ସେଠାକାର ଲୋକଙ୍କ କହିବାକଥା ଭୟ ହେତୁ ହିନ୍ଦୁମାନଙ୍କ ସ୍ଥାନାନ୍ତରଣ ଏହି ଅଞ୍ଚଳରୁ ଆରମ୍ଭ ହୋଇଥିଲା। ସେଠାରେ 45 ରୁ ଅଧିକ ହିନ୍ଦୁ ପରିବାର ରହୁଥିଲେ, କିନ୍ତୁ ଧୀରେ ଧୀରେ ସମସ୍ତେ ନିଜ ଘର ବିକ୍ରି କରି ଅନ୍ୟ ସ୍ଥାନକୁ ଚାଲିଗଲେ। 1978 ଦଙ୍ଗା ପରେ ସମ୍ବଲ ହିନ୍ଦୁମାନଙ୍କ ପାଇଁ ଆଉ ଅସୁରକ୍ଷିତ ସ୍ଥାନ ହୋଇଗଲା।
ତେବେ ସମ୍ଭଲ ରେ ମନ୍ଦିର ଉଦ୍ଧାର କରାଯିବା ପରେ ସେଠାରେ ଆାଉ ଏପରି କେତେ ମନ୍ଦିର ଜବରଦଖଲ ହୋଇ ବନ୍ଦ ହୋଇପଡ଼ିଛି ସେଗୁଡ଼ିକୁ ପୁନରାଉଦ୍ଧାର କରିବା ପାଇଁ ଅଞ୍ଚଳ ବାସୀଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଦାବି କରାଯାଇଛି। ପ୍ରଶାସନ ମଧ୍ୟ ଆହୁରୀ ତଦନ୍ତ ଜାରି ରଖିଛି।