ଆଜି ସାରା ବିଶ୍ୱ କର୍କଟ ଭଳି ରୋଗରେ ପୀଡି଼ତ | ରେ ଗଲାଣି ଅନେକ ଲୋକଙ୍କ ଜୀବନ | ସାରା ବିଶ୍ୱରେ ଅଧିକାଂଶ ଲୋକ ଏହି ରୋଗରେ ପୀଡି଼ତ ହେଉଥିବାର ଦେଖିବାକୁ ମିଳିଛି | ଆଉ ଏଭଳି ପରିସ୍ଥିତି ରେ ସମଗ୍ର ବିଶ୍ୱ ପାଇଁ ଆସ୍ୱସ୍ଥି ଆଣିଛି ରୁଷ | ରୁଷିଆ କହିଛି ଯେ, ଆମେ ଏକକ୍ୟାନସର ଟୀକା ପ୍ରସ୍ତୁତ କରିଛୁ, ଯାହା ୨୦୨୫ ରୁ ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ | ତେବେ ଏଭଳି କିଛି ଘୋଷଣା କରିଛି ରୁଷର ସ୍ୱାସ୍ଥ୍ୟ ମନ୍ତ୍ରାଳୟ | ରୁଷିଆର ସ୍ୱାସ୍ଥ୍ୟ ମନ୍ତ୍ରାଳୟରେ ରେଡିଓଲୋଜି ମେଡିକାଲ ରିସର୍ଚ୍ଚ ସେଣ୍ଟରରେ ଜେନରାଲ ଡାଇରେକ୍ଟର ଆଣ୍ଡ୍ରେ କାପ୍ରିନ ଏହି ବିଷୟରେ ସୂଚନା ଦେଇଛନ୍ତି |
ତେବେ ଗତ ୨୦୨୪ ଫେବୁଆରୀରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରି କହିଥିଲେ ଯେ, ଖୁବଶୀଘ୍ର ରୁଷ କର୍କଟ ରୋଗର ଚିକିତ୍ସା ପାଇଁ ଟୀକା ବାହାର କରିବ | ଏଥିପାଇଁ ରୁଷର ବୈଜ୍ଞାନିକ ମାନେ ଟୀକା ପ୍ରସ୍ତୁତ କରୁଛନ୍ତି | ଯାହା ବର୍ତ୍ତମାନ ଶେଷ ପର୍ଯ୍ୟୟରେ ଅଛି | ଆଉ ଖୁବଶୀଘ୍ର ଏହି ଟୀକା ସଫଳ ଭାବରେ ବ୍ୟବହୃତ ବୋଲି କହିଥିଲେ |