ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଓଡିଶା। ଲାଗେ ସେତେ ଯେପରି ପ୍ରକୃତି ତାର ସମସ୍ତ ସୌନ୍ଦର୍ଯ୍ୟ ଯେପରି ଓଡିଶା ଉପରେ ଅଜାଡି ଦେଇଛି। ଯାହା ନ ଦେଖିଲେ ଆପଣଙ୍କ ଆଖିକୁ ବିଶ୍ବାସ ହେବନାହିଁ। 2024ବର୍ଷର କିଛି ସ୍କୃଟି ସାଉଁଟିବା ପାଇଁ ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ଲୋକମାନେ ଆରମ୍ଭ କରିଦେଲେଣି ବୁଲାବୁଲି। ଓଡିଶାରେ ଅନେକ ଜିଲ୍ଲା ଅଛି ଯାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଆପଣଙ୍କୁ ମୁଗ୍ଧ କରିଦେବ। 1000 ବର୍ଷର ପୁରୁଣା ସହର ଭାବେ କଟକ ପରିଚିତ। ତେବେ ଏହି ହଜାର ବର୍ଷର ପୁରୁଣା ସହରରେ ରହିଛି ଦେଓଝର ୱାଟର ଫଲ। ନୂଆ ବର୍ଷକୁ ଆଉ କେଇଟା ଦିନ ବାକିଥିବା ବେଳେ ପରିବାର, ସାଙ୍ଗମାନଙ୍କ ସହ ବୁଲିବାକୁ ଯାଉନ୍ତୁ କଟକ ଜିଲ୍ଲାର ଦେଓଝର ଜଳପ୍ରପାତ।
ପ୍ରତ୍ୟେକ ଛୁଟି ଦିନରେ ଏଠାରେ ପର୍ଯ୍ୟଟକଙ୍କ ସୁଅ ଛୁଟେ। ପ୍ରକୃତି ସୌନ୍ଦର୍ଯ୍ୟ ମଧ୍ୟରେଥିବା ଏହି ସ୍ଥାନ ପର୍ଯ୍ୟଟକଙ୍କ ପାଇଁ ଖୁବ ମନୋରମା। ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପାହାଡିଆ ଶୀତର ମଜା ନେବାକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ କୋଣ ଅନୁକୋଣରୁ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ ଜମିଥାଏ।
ସବୁଜ ବାତାବରଣ ସହ କୁଳୁକୁଳୁ ନାଦରେ ବହିଯାଉଥିବା ଝରଣାକୁ ଉପଭୋଗ କରିବା ପାଇଁ ଜମିଥାଏ ପର୍ଯ୍ୟଟଙ୍କ ଭିଡ। ତେବେ ଏହି ଝରଣାଟି କଟକ ଜିଲ୍ଲା ନରସିଂହପୁର ବ୍ଲକରେ ଆଠଗଡ ଡିଭିଜନ୍ ତାଳପୁ଼ଞ୍ଜି ଗାଁରେ ଅବସ୍ଥିତ। ଆଠଗଡ ନରସିଂହପୁର ରାସ୍ତାର ଚମ୍ପେଶ୍ବର ଛକ ନିକଟରୁ ମାତ୍ର 12 କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନ ସ୍ଥଳୀ। ତେବେ ଏହି ଜଳପ୍ରପାତଟି କଟକ ଠାରୁ 112 କିଲୋମିଟର, ଭୁବନେଶ୍ବରରୁ 132କିଲୋମିଟର, ପୁରୀରୁ 140 କିଲୋମିଟର ଦୂରରେ ଅବସ୍ଥିତ।
ତେବେ ଏହି ଜଳପ୍ରପାତଟି 30ଫୁଟ ଉଚ୍ଚତା ରହିଥିବା ବେଳେ ଚର୍ତୁଦିଗରେ ଘଞ୍ଚ ଜଙ୍ଗଲ ରହିଥିବାରୁ ଏହା ଲୋକଙ୍କ ବେଶି ଆକୃଷ୍ଟ କରିଥାଏ। ଏଠାରେ ଥିବା ଝରଣାର କୁଳୁକୁଳୁ ଶବ୍ଧ ମନରେ ଶାନ୍ତି ଭରିଦିଏ। ଏଠାରେ ଥିବା ଝରଣାର ଶିଖର ବଡେଦିଧାର ନାମକ ଏକ ଗୁମ୍ଫା ରହିଛି, ଯାହାକି ଏକଦା ସାଧୁ ସନ୍ଥଙ୍କ ସ୍ବର୍ଗ ଥିଲା ବୋଲି କୁହାଯାଏ। ଶୀତଦିନ ଆସିବା ମାତ୍ରେ ଏଠାରେ ପିକନିକର ମଜାନେବାକୁ ଛୁଟି ଆସନ୍ତି ଅନେକ ଲୋକ।
କେବଳ ପର୍ଯ୍ୟଟକ ନୁହନ୍ତି , ବର୍ଷସାରା ପ୍ରକୃତି ପ୍ରେମୀ, ସାହିତିକ, ଏବଂ କବିମାନଙ୍କୁ ବୁଲିଆସିବାକୁ ବାଧ୍ୟ କରିଥାଏ। ଏହିସ୍ଥାନଟି ବଣଭୋଜି ପାଇଁ ପ୍ରକୃଷ୍ଟ। ଭୁବନେଶ୍ବର ଓ କଟକ ମଧ୍ୟରେ ଏହି ଜଳପ୍ରପାତଟି ହେଉଛି ସବୁଠୁ ସର୍ବୋତମ।