ଭୃସଙ୍ଗ ପତ୍ର ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ ବୋଲି ବିବେଚନା କରାଯାଇଛି। ଏହି ପତ୍ର ଗୁଡ଼ିକରେ ଔଷଧୀୟ ଗୁଣ ମଧ୍ୟ ରହିଥାଏ।ପ୍ରତ୍ୟେକ ଦିନ ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ଆପଣଙ୍କ ଦେହ ସୁସ୍ଥ ରହିଥାଏ | ଭୃସଙ୍ଗ ପତ୍ର କେଶକୁ ମଜଭୁତ କରିବା ସହ ପେଟ ସଫା ରଖିଥାଏ। ପାଚନ ସହ ଜଡ଼ିତ ଅନେକ ସମସ୍ୟାକୁ ଦୂର କରିଥାଏ। ପାଚକ ତନ୍ତ୍ରକୁ ସୁସ୍ଥ ରଖିଥାଏ। ଖାଦ୍ୟ ସହଜରେ ହଜମ ହୋଇଥାଏ। ଭୃସଙ୍ଗ ପତ୍ର ହୃଦୟ ପାଇଁ ବେଶ ଲାଭଦାୟକ। ଭୃସଙ୍ଗ ପତ୍ର ସେବନ କରିବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ। କୋଲେଷ୍ଟ୍ରେରୋଲ ନିୟନ୍ତ୍ରଣରେ ରହିଥାଏ। ହୃଦୟ ଜନିତ ରୋଗରୁ ଦୂରେଇ ରଖିଥାଏ। ମଧୁମେହ ରୋଗୀଙ୍କ ପାଇଁ ଏହା କୌଣସି ରାମବାଣ ଠାରୁ କମ ନୁହେଁ। ଭୃସଙ୍ଗ ପତ୍ର ସେବନ ଦ୍ଵାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇଥାଏ। ଅନେକ ଅଧ୍ୟୟନରୁ ଜଣାପଡ଼ିଛି ଭୃସଙ୍ଗ ପତ୍ର ଆପଣଙ୍କ ମସ୍ତିଷ୍କ ଏବଂ ସ୍ନାୟୁ ପ୍ରଣାଳୀକୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଏହା ମସ୍ତିଷ୍କକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।