ଦିନେ ନବୀନଙ୍କୁ କରୁଥିଲେ ସମାଲୋଚନା । ଗୃହ ଚଳାଇବାରେ ନବୀନ ଅସମର୍ଥ କହି ଅପଦସ୍ତ କରିଥିଲେ । ମାତ୍ର ଏବେ ନିଜେ ସରକାରକୁ ଆସିବା ପରେ ଫେଲ ମାରିଛନ୍ତି ମୋହନ । 2 ସପ୍ତାହରେ ଗୋଟିଏ ସପ୍ତାୟ ପ୍ରାୟ ଗୃ ମୁଲତବି ରହିଲା । ଲୋକଙ୍କ ସମସ୍ୟା ପର କଥା ନିଜ ନିଜ ଭିତରେ ବଚସା ରେ ଅଧା ସରିଗଲା ଶୀତ ଅଧିବେଶନ । ତା ପରେ ପୁଣି ଅଧିବେଶନକୁ ଆହୁରି ଅନେକ ଦିନ ବାକି ଥିବା ବେଳେ ଆଗୁଆ ବିଧାନସଭା ବନ୍ଦ କରିଛନ୍ତି ମୋହନ । ଯାହାକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି ।
ପଦାରେ ପଡିଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାରିବାପଣ । ସମୟର ବହୁ ପୂର୍ବରୁ ବନ୍ଦ କରିଦେଲେ ବିଧାନସଭା ୧୫ ଦିନ ବି ଚାଲିଲା ନାହିଁ । ଏହାକୁ ନେଇ ଏବେ ସମାଲୋଚନା କରୁଛନ୍ତି ବିରୋଧୀ । ପୂର୍ବରୁ ନବୀନ ସରକାରଙ୍କୁ ଗୃହ ଚଳାଇ ପାରୁନଥିବା ନେଇ ନିନ୍ଦା କରୁଥିଲେ । ହେଲେ ଏବେ ମୋହନ ସରକାର କୁହନ୍ତୁ ଅଧାରୁ କାହିଁକି ବନ୍ଦ କଲେ ଗୃହ ? । ସପ୍ତଦଶ ବିଧାନସଭାର ଦ୍ୱିତୀୟ ଅଧିବେଶନ ନଭେମ୍ବର ୨୬ ତାରିଖରୁ ଆରମ୍ଭ ହୋଇଥିଲା । ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଧାର୍ଯ୍ୟ ହୋଇଥିଲା । ହେଲେ ଡିସେମ୍ବର ୧୧ ତାରିଖ ହଠାତ ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିଦେଲେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ । ଏହାକୁ ନେଇ ବିରୋଧୀ ଏବେ ଖପ୍ପା । ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାକୁ ଥିବା ବେଳେ ସରକାର ବିଧାନସଭାକୁ ବନ୍ଦ କରିଦେଇ ତାଙ୍କର ଅପାରଗତା ଦେଖାଇଥିବା କହୁଛନ୍ତି ବିରୋଧୀ । କେବଳ ସେତିକି ନୁହେଁ, ପୂର୍ବରୁ ନବୀନ ସରକାରଙ୍କ ସମୟରେ ଗୃହ ଆଗୁଆ ବନ୍ଦ ହେଲେ ନବୀନଙ୍କୁ ଅପାରଗ ବୋଲି ଏହି ବିଜେପି ଦେଖାଉଥିଲା । କହୁଥିଲା ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଗୃହକୁ ଆସିବାକୁ ଦେଉନାହାନ୍ତି ସରକାର । ହେଲେ ଆଜି କ’ଣ କଲେ ମୋହନ ସରକାର? ଏତେ ଦିନ ଆଗରୁ କାହିଁକି ବନ୍ଦ କଲେ ଗୃହ? ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାକୁ ରହିଛି । ତେବେ ତାହା କିପରି ଆଲୋଚନା ହେବ ପ୍ରଶ୍ନ କରି ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି ବିରୋଧି ଦଳ ।