ସନଷ୍ଟାର ଟିଭି ବ୍ୟୁରୋ
ଝାରସୁଗୁଡା: ଝାରସୁଗୁଡା ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଜାନୁଆରୀ ୧୨ତାରିଖରୁ ମୁମ୍ବାଇ ଓ ବେଙ୍ଗାଲୁରୁ ବିମାନ ସେବା ଆରମ୍ଭ ହେବ ବୋଲି ନିର୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି l ଏହି ବିମାନ ସପ୍ତାହକୁ ଚାରିଦିନ ଉଡାଣ କରିବ l
ତେବେ ଏଥିପାଇଁ ଟାଇମ ସ୍ଲଟ ମାଗଛନ୍ତି ସ୍ପାଇସଜେଟ ବିମାନ କର୍ତ୍ତୃପକ୍ଷ । ସୋମବାର, ବୁଧବାର, ଶୁକ୍ରବାର ଓ ଶନିବାର ସପ୍ତାହକୁ ଚାରିଦିନ ଚଳାଚଳ କରିବା ପାଇଁ ଟାଇମ ସ୍ଲଟ ମଗାଯାଇଛି । ଏନେଇ ଝାରସୁଗୁଡା ବିମାନ ବନ୍ଦର ପକ୍ଷରୁ ବି ଅନୁମତି ପ୍ରଦାନ କରାଯାଇଛି । ପୂବର୍ରୁ ମାର୍ଚ୍ଚ ସମର ସିଡ୍ୟୁଲରେ ବିମାନ ଚଳାଚଳ କରିବା ପାଇଁ ସ୍ପାଇସ ଜେଟ ଅନୁମତି ନେଇ ସାରିଛି । ତେବେ ଜାନୁଆରି କି ମାର୍ଚ୍ଚରେ ବିମାନ ଚଳାଚଳ ସେନେଇ ନିଷ୍ପତ୍ତି ନେବେ ସ୍ପାଇସଜେଟ କର୍ତ୍ତୃପକ୍ଷ ।