ପୁଣି ତେଜିଲା ଚାଷୀ ଆନ୍ଦୋଳନ। ଧାନ ଏମଏସପି ଗ୍ୟାରେଣ୍ଟି ନେଇ ଶମ୍ଭୁ ସୀମାରେ ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ। ଶନିବାର ୧୦୧ ଚାଷୀଙ୍କ ଏକ ଗ୍ରୁପ୍ ହକ ପାଇଁ ରାଜଧାନୀ ଦିଲ୍ଲୀକୁ ମାର୍ଚ୍ଚ ଆରମ୍ଭ କରିଥିଲେ। କିନ୍ତୁ ପୋଲିସ ଚାଷୀଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲେ। ପଞ୍ଜାବ ଓ ହରିୟାଣା ବର୍ଡରରେ ଚାଷୀ ବ୍ୟାରିଗେଟ ଭାଙ୍ଗି ଧଶେଇ ପଶିବାକୁ ପ୍ରୟାସ କରୁଥିବା ବେଳେ ପୋଲିସ ସେମାନଙ୍କ ଉପରକୁ ଲୁହା ବୁହା ଗ୍ୟାସ ପ୍ରୟୋଗ କରିବା ସହ ପାଣି ମାଡ କରିଥିଲେ। ଏଥିରେ ୮ ଜଣ ଚାଷୀ ଆହତ ହୋଇଥିବାର ସୂଚନା ମିଳିଛି।
ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ୩୦୭ ଦିନରେ ପହଞ୍ଚିଲାଣି। ନିଜର ହକ ପାଇଁ ଲଢେଇ ଜାରି ରଖିଛନ୍ତି ହଜାର ହଜାର ଚାଷୀ।ସଂସଦରେ ଶୀତ ଅଧିବେଶନ ଚାଲୁଥିବା ବେଳେ ନିଜର ଦାବି ପୂରଣ ପାଇଁ ଦିଲ୍ଲୀ ଚଲୋ ଆରମ୍ଭ କରିଛନ୍ତି ଚାଷୀ। ସେମାନଙ୍କୁ ଅଟକାଇବା ପାଇଁ ସୁରକ୍ଷାବାହିନୀ ଦିଲ୍ଲୀର ସମସ୍ତ ସୀମାକୁ ସିଲ କରିଛି। ରାସ୍ତାରେ ବ୍ୟାରିଗେଟ ଲଗାଇଛି। ସୀମାରେ ଲାଗି ରହିଥିବା ଗାଁରେ ଇଣ୍ଟରନେଟ ସେବାକୁ ରାତି ୧୨ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।