ଆପଣମାନେ ଜାଣିଛନ୍ତି କି ଆସ୍ୱାସ୍ଥକର ଜୀବନଶୈଳୀ ଯୋଗୁଁ ବର୍ତ୍ତମାନ ଡାଇବେଟିସ ବା ମଧୁମେହ ଏକ ସାଧାରଣ ରୋଗ ପାଲଟିଛି । ଲକ୍ଷ ଲକ୍ଷ ଲୋକ ଡାଇବେଟିସ ରୋଗରେ ପୀଡିତ ଅଛନ୍ତି |ଏହି ରୋଗୀମାନେ ସର୍ବଦା ନିଜ ବ୍ଲଡସୁଗାର ନିୟନ୍ତ୍ରଣ ରଖିବା ଜରୁରୀ ହୋଇଥାଏ । କାରଣ ସୁଗାର ସ୍ତର ଅଧିକ ବଢିଲେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାଦେଖାଯାଇଥାଏ । ତେଣୁ ବ୍ଲଡସୁଗାର ବଢିବାରୁ ରୋକିବା ପାଇଁ ଡାଇବେଟିସ ରୋଗୀ ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।
ଡାଇବେଟିସ ରୋଗୀଙ୍କ ପାଇଁ ଅଁଳା ଜୁସ୍ ସେବନ ଅତ୍ୟନ୍ତ ଲାଭକାରୀ ମନେକରାଯାଏ । ଯଦି ଆପଣଙ୍କୁ ଡାଇବେଟିସ୍ ତାହେଲେ ଖାଲି ଅଁଳା ଜୁସ୍ ନହେଲେ ଅଁଳା ଓ ଆଲୋଭେରା ଜୁସ୍ ମିଶାଇ ପିଇପାରିବେ । ଏହା ଶୀତ ଦିନେ ବ୍ଲଡସୁଗାର ସ୍ତରକୁ କମ୍ କରିବାରେ ସାହାଯ୍ୟ କରେ । କାରଣ ଅଁଳା ଔଷଧୀୟ ଗୁଣରେ ଭରପୂର ହୋଇଥାଏ । ଏହା ରକ୍ତରେ ଗ୍ଲୁକୋଜ ବୃଦ୍ଧିକୁ ରୋକିଥାଏ । ଏନଆଇଏଚ ଅନୁସାରେ, ଅଁଳାରେ ଆଣ୍ଟିଡାଇବେଟିକ, ଆଣ୍ଟିକ୍ୟାନ୍ସର ଓ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି । ଏହି ଦୃଷ୍ଟିରୁ ଡାଇବେଟିସ ରୋଗୀମାନଙ୍କ ପାଇଁ ଅଁଳା ଜୁସ୍ ସେବନ କରିବା ଲାଭଦାୟକ ଅଟେ |