ଶୀତର ପ୍ରକୋପରେ ଥରୁଛି ମୟୁରଭଞ୍ଜ ଜିଲ୍ଲା | ଥଣ୍ଡା ପ୍ରବଳ ଅନୁଭୂତ ହେଉଥିବା ବେଳେ ଜନଜୀବନକୁ ପ୍ରଭାତ କରୁଛି | ବିଗତ ୨-୩ ଦିନ ଧରି ଜିଲ୍ଲାରେ ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ସର୍ବନିମ୍ନ ତାପମାତ୍ର ୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି |
ପ୍ରବଳ ଥଣ୍ଡା କାରଣରୁ ସନ୍ଧ୍ୟା ହେଲେ ରାସ୍ତା ଘାଟ ଶୂନଶାନ ହୋଇଯାଉଛି | ଶିମିଳିପାଳ ଅଭୟାରଣ୍ୟର ପର୍ବତ ମାଳର ଅନେକ ସ୍ଥାନରେ ସକାଳୁ ତୁହିନ ଆସ୍ତରଣ ଦେଖିବାକୁ ମିଳିଛି | ପାରଦ ଖସିବା ସହିତ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ହାଡ ଭଙ୍ଗା ଶୀତ ଅନୁଭୂତ ହେଉଛି | ସକାଳୁ ସକାଳୁ ଅନେକ ସମୟ ପର୍ଯ୍ୟନ୍ତ କୁହୁଡି ରହୁଛି |