ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା ତଦାରଖ ପାଇଁ ଆସନ୍ତା ଡିସେମ୍ବର ୧୭ ତାରିଖରୁ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗର ଉଚ୍ଚସ୍ତରୀୟ ବିଶେଷଜ୍ଞଙ୍କ ଦ୍ବାରା ଏହି ମରାମତି କାର୍ଯ୍ୟ ହେବ। ତିନିମାସ ମଧ୍ୟରେ ଶେଷ ହେବ ରତ୍ନଭଣ୍ଡାର ମରାମତି। ଦ୍ୱିତୀୟ ଭୋଗମଣ୍ଡପ ପରଠାରୁ ଏଏସଆଇ ଦୈନିକ ୫ଘଣ୍ଟା ମରାମତି କରିବ। ଦିନ ୧୨.୩୦ରୁ ଅପରାହ୍ନ ୫ଟା କିମ୍ବା ୬ଟା ପର୍ଯ୍ୟନ୍ତ ଚାଲିବ ମରାମତି କାର୍ଯ୍ୟ।ଶନିବାର, ରବିବାର କିମ୍ବା ୩୧ ଡିସେମ୍ବର ଅର୍ଥାତ ଭିଡ ସମୟରେ ମରାମତି ହେବନାହିଁ। ରତ୍ନଭଣ୍ଡାର ମରାମତି ସମୟରେ ବାହାର କାଠରୁ ଭକ୍ତ ମାନେ ଦର୍ଶନ କରିବେ। ମରାମତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଗୁରୁତ୍ୱ ଦିଆଯିବ।
ଗତକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏ ସମ୍ପର୍କିତ ଛତିଶା ନିଯୋଗ ବୈଠକ ରେ ଏହି ନିଷ୍ପତ୍ତି ନିଆଯାଇଛି।ତେବେ ବର୍ତ୍ତମାନ ସୁରକ୍ଷା ଓ ଭିଡ଼କୁ ନଜରରେ ରଖି ଖୁବଶୀଘ୍ର ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବାଟାଲିୟନ ନିଯୁକ୍ତ ହେବ ।ପୁଲିସ ବିଭାଗରୁ ସୁରକ୍ଷାକର୍ମୀଙ୍କୁ ନିଆଯିବ। ଖୁବଶୀଘ୍ର JTP ନିଯୁକ୍ତ ହେବେ।ବାଟାଲିୟନରେ ଯେତିକି ସୁରକ୍ଷାକର୍ମୀ ଓ ପୁଲିସ ରହୁନ୍ତି ସେତିକି ରହିବେ। ଶ୍ରୀମନ୍ଦିର ଆଭ୍ୟନ୍ତରୀଣ ଏବଂ ବାହାର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।