୩ ଟି ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଫିଲ୍ମ “ପରବ”| ଏହି ଫିଲ୍ମ ସିନେମା ହଲରେ ରିଲିଜ ପରେ ଓଟିଟିରେ ମଧ୍ୟ ଆସିବ | ଯାହାକୁ ନେଇ ବଲିଉଡ ଜଣାଶୁଣା ପାନ-ଇଣ୍ଡିଆ ଷ୍ଟୁଡିଓ “ପାନୋରମା ଷ୍ଟୁଡିଓ” ସହ ହାତ ମିଳାଇଛନ୍ତି ଓଲିଉଡ଼ ନିର୍ମାତା ଦୀପେନ୍ଦ୍ର ସାମଲ | ଏନେଇ ପାନୋରମା ଷ୍ଟୁଡିଓ ସହ ଚୁକ୍ତି ନାମା ସରିଥିବା ବେଳେ ସାରା ଦେଶରେ ୨୦୦ ସ୍କ୍ରିନରେ ଏହା ମୁକ୍ତି ଲାଭ କରିବା ବୋଲି ମତ ରଖିଛନ୍ତି ନିର୍ମାତା ଦୀପେନ୍ଦ୍ର ସାମଲ |
ଓଡ଼ିଆ ଚଳଚ୍ଚିତ୍ର “ପରବ” ଡିସେମ୍ବର ୨୦ରେ ରିଲିଜ ହେବାକୁ ଯାଉଛି | ଏହାର ୧୦ ଦିନ ପରେ ତେଲୁଗୁ ଭାଷାରେ ରିଲିଜ ହେବାର ଯୋଜନା ରହିଛି | ତେବେ ଏହି ଫିଲ୍ମରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଅଭିନେତ୍ରୀ ଅନୁ ଚୋୖଧୁରୀ ମୁଖ୍ୟ ଭୂମିକାରେ ନଜର ଆସିବେ | ତେବେ ଏହି ଫିଲ୍ମ ମନ୍ଦେହେ ‘ଦମନ ‘ ପରି ଲୋକଙ୍କ ହୃଦୟକୁ ଛୁଇଁବ ବୋଲି ଆଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା |