ରାଜ୍ୟରେ ପାଗରେ ବଡ ପରିବର୍ତ୍ତନ। କିଛି କିଛି ସ୍ଥାନରେ ଲାଗି ରହିଛି ଝିପିଝିପି ବର୍ଷା। ଭୁବନେଶ୍ବର କଟକ ସମେତ ବିଭିନ୍ନ ସ୍ଥାନରେ ସକାଳୁ ବର୍ଷା ହୋଇଛି। ଏହା ସହ ସକାଳୁ କୁହୁଡି ମଧ୍ୟ ଅନୁଭୂତ ହୋଇଛି। ସକାଳୁ ପାଗ ପୂରା କୋହଲା ରହିଛି। ଉପକୂଳ ଓଡିଶା ଓ ଅଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ କେନ୍ଦ୍ର। ଫଳରେ ରାଜ୍ୟରେ ପାରଦ ୩ରୁ ୫ ଡିଗ୍ରୀ ସେଲସିୟସ୍ ଖସିପାରେ। ଆଜି ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଉପକୂଳ ଓଡିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା, ଜଗସିଂହପୁର ଜିଲ୍ଲା ପାଇଁ ୟେଲୋ ୱାନିଂ ଜାରି କରାଯାଇଛି। ଝିପିଝିପି ବର୍ଷା ପାଇଁ ରାଜ୍ୟରେ ପାରଦ ୩ରୁ ୫ଡିଗ୍ରୀ ସେଲସିୟସ୍ ଖସିପାରେ। ଆଗାମୀ ୩ ଦିନ ଯାଏଁ ରାତିରେ ତାପମାତ୍ରା ଏଭଳି ରହିବ।