ଧନିଆ ପତ୍ରର ସ୍ୱାଦ କାହାକୁ ବା ନ ଭଲ କାଗେ ! ସବୁଜ ଧନିଆ ପତ୍ର ଖାଦ୍ୟରେ ପଡିଲେ ଖାଇବାର ସ୍ୱାଦ ଦି-ଗୁଣ ବଢି ଯାଏ |
ଖାସ କରି ଲୋକ ମାନଙ୍କୁ ଧନିଆ ଚଟନୀ କରି ଖାଇବାକୁ ପସନ୍ଦ ଲାଗେ |
କେବଳ ଧନିଆ ପତ୍ର ସ୍ୱାଦ ବଢାଇନଥାଏ ତା ନୁହେଁ ଏଥିରେ ଅନେକ ଗୁଣ ମଧ୍ୟ ରହିଛି | ଆସନ୍ତୁ ଜାଣିବା ଏଥିରେ ଥିବା ଭିଟାମିନ ମିନେରାଲସ ଉପକାରିତା ବିଷୟରେ…
ଧନିଆ ପତ୍ରରେ ଭିଟାମିନ-ସି ଏବଂ ଭିଟାମିନ-ଏ ଭଲ ପରିମାଣରେ ଥାଏ| ଯାହା ଇମ୍ୟୁନିଟି ବୁଷ୍ଟ କରିବା ଏବଂ ଚର୍ମ ପାଇଁ ମଧ୍ୟ ଉପକାରୀ ହୋଇଥାଏ | ଧନିଆରେ ଆଇରନ,କ୍ୟାଲସିୟମ ,ମ୍ୟାଗନେସିୟମ୍, ଜିଙ୍କ ,ଫୋଲିକ ଏସିଡ, କୋଲାଇନ, ପୋଟାସିୟମ, ଫସଫରସ ପରି ଖଣିଜ ପଦାର୍ଥ ରହିଥାଏ | ଧନିଆ ପତ୍ରରେ ଆଦ୍ରତା ସହିତ ଫାଇବର ଏବଂ କାର୍ବୋହାଇଡ୍ରେଟ ମଧ୍ୟ ମିଳିଥାଏ | ଏହାର ରସ ,ବାନ୍ତି ,ପେଟ ,ଯନ୍ତ୍ରଣା , ଏସିଡ଼ିଟି ପରି ସମସ୍ୟାରୁ ମୁକ୍ତି ଦେଇଥାଏ |
ମଧୁମେହ ରୋଗୀଙ୍କ ପାଇଁ ଧନିଆ ପତ୍ର ଖାଇବା ବେଶ ଉପକାରୀ | ଧନିଆ ପତ୍ର ଖାଇବା ଦ୍ୱାରା ଆଖି ପାଇଁ ବହୁତ ଲାଭଦାୟକ
ହୋଇଥାଏ | କାରଣ ଏଥିରେ ଭିଟାମିନ-ଏ ମିଳିଥାଏ ଯାହା ଆଖିକୁ ସୁସ୍ଥ ରଖେ |