ଶିମିଳିପାଳରୁ ଫେରାର ହେଲା ବାଘୁଣୀ ଜିନ୍ନତ। ଜିନ୍ନତ ଏବେ ଝାଡଖଣ୍ଡ ମୁହାଁ ହୋଇଛି, ବୋଲି ସୂଚନା ଦେଇଛନ୍ତି ବନ ବିଭାଗ। ସୁଦୂର ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ଜିନ୍ନତ କିଛି ଦିନ ଶିମିଳିପାଳ ଅଭୟାରଣ୍ୟରେ ବିଚରଣ କରିବା ପରେ ଝାଡଖଣ୍ଡ ରାଜ୍ୟର ଘଞ୍ଚ ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡିଛି। ବନବିଭାଗର ସୂଚନା ଅନୁଯାୟୀ, ଜିନ୍ନତ ରବିବାର ରାତିରେ ଜିନ୍ନତ ବାଙ୍ଗିରିପୋଷି ରେଞ୍ଜ, ବିଶୋଇ ରେଞ୍ଜ ଓ ରାଇରଙ୍ଗପୁର ରେଞ୍ଜ ଦେଇ ଝାଡଖଣ୍ଡ ଘଞ୍ଚ ଜଙ୍ଗଲରେ ପ୍ରବେଶ କରିଛି।
ଶିମିଳିପାଳରେ ମହାବଳ ବାଘର ବଂଶ ବୃଦ୍ଧି କରିବା ପାଇଁ ମହାରାଷ୍ଟ୍ରର ତଡବା ସ୍ଥିତ ଅନ୍ଧାରୀ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ନଭେମ୍ବର ୧୪ ତାରିଖରେ ଶିମିଳିପାଳ ଅଭୟାରଣ୍ୟକୁ ତିନି ବର୍ଷର ବାଘୁଣୀ ଜିନ୍ନତକୁ ଅଣାଯାଇଥିଲା। ୧୫ନଭେମ୍ବର ସକାଳରେ ଶିମିଳିପାଳ ଚହଲା ନିକଟସ୍ଥ ସଫ୍ଟ ଏନକ୍ଲୋଜରରେ ଜିନ୍ନତକୁ ଛଡାଯାଇଥିଲା।