ପୁଣି ଥରେ ବିର୍ସା ମୁଣ୍ତା ଷ୍ଟାଡିୟମରେ ଖେଳାହେବ ହକି। ଆସନ୍ତା ୨୮ ତାରିଖରୁ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍। 28 ତାରିଖରୁ ମୋଟ୍ ୮ଟି ଫ୍ରାଞ୍ଚିଇଜି ସହବନ୍ଧିତ ଭାରତୀୟ ଓ ବିଦେଶୀ ଖେଳାଳି ନିଜର କ୍ରାଡା ପ୍ରଦର୍ଶନ କରିବେ। ଖେଳ କିପରି ସୁରୁଖୁରୁରେ ହେଇପାରିବ ସେଥପାଇଁ ହକି ଇଣ୍ଡିଆର ଏକ ପ୍ରତିନିଧି ଟିମ ରାଉରକେଲାରେ ପହଞ୍ଚିଛନ୍ତି।
ଗତକାଲି ଏହି ଟିମ ଷ୍ଟାଡିୟମରେ ପହଞ୍ଚି ସୁବିଧା ସୁଯୋଗର ଯାଂଚ କରିଛନ୍ତି। ଦର୍ଶକ ଗ୍ୟାଲେରୀ, ଶୌଚାଳୟ, ପାର୍କିଂସ୍ଥଳୀ, ପ୍ରବେଶ ପଥ ବୁଲି ଦେଖିଛନ୍ତି। ଷ୍ଟାଡିୟମ ପରିସରରେ ଆୟୋଜିତ ସମୀକ୍ଷା ବୌଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା।