ଓଡିଶାରସବୁ ଜିଲ୍ଲାରେ ଖୋଲିବ ନୂଆ ମେଡିକାଲ କଲେଜ।ଖୁବ ଶୀଘ୍ର ପୂରଣ ହେବ ଖାଲି ପଡିଥିବା ଡାକ୍ତର ପଦବୀ। ମେଡିକାଲ କକେଜରେ ଖାଲି ପଡିଥିବା ୫୦୦୦ ଡାକ୍ତର , ୩୦୦୦ ପାରା ମେଡିକାଲ ପଦବୀରେ ନିଯୁକ୍ତି ମିଳିବ। ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ବିଧାନସଭାରେ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ରାଜ୍ୟରେ ମେଡିକାଲ କଲେଜଗୁଡିକରେ ବିଭିନ୍ନ ଡାକ୍ତରୀ ପଦବୀ ଖାଲି ପଡ଼ିଥିବା ନେଇ ଗୃହରେ କଥା ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ମେଡିକାଲ କଲେଜ ଖୋଲିବା ଜରୁରୀ। ଗୋଟିଏ ମେଡିକାଲରେ ୧୦୦ ବେଡ୍ ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । କେନ୍ଦ୍ର ସରକାର ୬୦ ପ୍ରତିଶତ, ରାଜ୍ୟ ସରକାର ୪୦ ପ୍ରତିଶତ ଦେଉଛନ୍ତି, ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ।