ଆଜି ପୁରୀ ଆମ ଆଦମୀ ପାର୍ଟି ତରଫରୁ ଜିଲ୍ଲା ଶିକ୍ଷା ବିଭାଗ ରେ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବଣ୍ଟନ ରେ ବଡ଼ ଦୁର୍ନୀତି ହେଇଚି ବୋଲି ଅଭିଯୋଗ କରି ଭକ୍ତ ସାଲବେଗ ପୀଠ ରେ ଏକ ସାମ୍ବାଦିକ ସମିଳନୀ କରିଛି. ସରକାର ବଦଳିଲା, ରଙ୍ଗ ବଦଳିଲା କିନ୍ତୁ ଡ୍ରେସ ର ମାନ ଖରାପ ହେଲା ଓ ଟଙ୍କା ଖାଇବାକୁ ଯୋଜନା ହେଲା. ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଥିଲେ ଯେ ପିଲା ମାନଙ୍କୁ ଯୋଉ ଡ୍ରେସ ଦିଆଯିବ ସେଥିରେ ଷ୍ଟିଚିଙ୍ଗ ରହିବ.।ମହିଳା ସମିତି ଦ୍ୱାରା ଦିଆଯିବ ଯାହା ଫଳରେ ମହିଳା ସ୍ୱାବଲମ୍ବୀ ହେବେ.. କିନ୍ତୁ ତାହା ବାସ୍ତବ ରେ ହେଇନାହିଁ. ମହିଳା ଙ୍କ ନାମ ରେ ଦୋକାନ ରୁ ଜିନିଷ ଆସୁଛି. ସେଥିରେ ଷ୍ଟିଚିଙ୍ଗ ନାହିଁ, ନିମ୍ନ ମାନର ଡ୍ରେସ ଦିଆଯାଉଛି. ଆଗେ ସ୍କୁଲ କମିଟି ଫାଇନାଲ କରୁଥିଲା, କିନ୍ତୁ ଏବେ ସ୍କୁଲ କମିଟି ର କ୍ଷମତା କୁ ସଂକୁଚିତ କରି ତାଙ୍କ ଠାରୁ ଅଧିକାର ଛଡେଇ ନିଆଗଲା. ଜିଲ୍ଲା କାର୍ଯ୍ୟାଳୟ ର ନିର୍ଦେଶାବଳି ଅନୁସାରେ କାମ କରିବାକୁ ବାଧ୍ୟ. ଚାହିଁଲେ ବି ଅଭିଯୋଗ ହେଇପାରିବେନି. ଆମେ ଯେତେବେଳେ ତନାଘନା କଲୁ ଜାଣିଲୁ ଯେ ମ୍ୟାଟେରିଆଲ ବଜାର ରୁ ଆଣିଲେ 320 ରୁ 350 ଭିତରେ ରହିବ. ଦୁଈ ହଲ କୁ. ତେବେ 150 ଟଙ୍କା ଗୋଟେ ପିଲା ପ୍ରତି. ପୁରୀ ଜିଲ୍ଲା ରେ 1,27,467 ×150== 1,91,20,050. ଟଙ୍କା ର ହେରଫେର ସନ୍ଦେହ. ଯଦି ପୁରୀ ଜିଲ୍ଲା ରୁ 1 କୋଟି ତେବେ ସମଗ୍ର ଓଡିଶା ରେ 30 ରୁ 50 କୋଟି ହେରେଫେର ହେଇପାରେ. କେବଳ ଡ୍ରେସ ରୁ.ସନ୍ଦେହ ର କାରଣ ବି stage କୁ ନେଇ. ମାନେ ମୁଖ୍ୟମନ୍ତ୍ରୀ ଅଫିସ ତା ପରେ ଉପ ମୁଖ୍ୟମନ୍ତ୍ରୀ ଙ୍କ ବିବୃତି ତା ପରେ ଶିକ୍ଷା ବିଭାଗ ତା ପରେ ଜିଲ୍ଲା ଶିକ୍ଷା ବିଭାଗ. ଆଉ କେହି ନାହାନ୍ତି..4 ଟି ବିଭାଗ ବ୍ୟତୀତ କମ୍ପ୍ଲେନ କରିବାକୁ ବି କେହି ନାହାନ୍ତି. ଏହା ପରେ ଆଉ ଗୋଟେ କଥା ପୁରୀ ସଦର ପାଇଁ 14 ଟି ସଂସ୍ଥା କୁ ବଣ୍ଟନ ଦିଆଯାଇଥିବା ବେଳେ ବ୍ରହ୍ମଗିରି ବ୍ଲକ ରେ ଗୋଟିଏ ସଂସ୍ଥା କୁ ଦିଆଯାଇଛି.. କଣ ପାଇଁ ଏତେ ଅନୁକମ୍ପା ସେଇ ସଂସ୍ଥା ଉପରେ. ତେଣୁ ସନ୍ଦେହ ଦୃଢ଼ୀ ଭୁତ ହେବାରେ ଲାଗିଛି. ଏହାର ଉତ୍ତର ଉପ ମୁଖ୍ୟମନ୍ତ୍ରୀ ଦିଅନ୍ତୁ. କାହା ସ୍ୱାର୍ଥ ରେ ଏତେ ନିମ୍ନ ମାନର ପୋଷାକ ଦିଆଯାଇଛି. ଏତେ ଟଙ୍କା ଅର୍ଥ କାହା ପାଖକୁ ଯାଇଛି. କିଏ କିଏ ସାମିଲ ଅଛନ୍ତି ଏ ସବୁ ର ତଦନ୍ତ କରାଯାଉ. ଏହା ଉପରେ କୌଣସି ପଦକ୍ଷେପ ନ ନେଲେ ଆଗାମୀ ଦିନ ରେ ଆପ ଏହାକୁ ବିରୋଧ କରିବ.ସ୍କୁଲ କମିଟି ର କ୍ଷମତା ଦିଆଯାଉ.,ଉପ ମୁଖ୍ୟମନ୍ତ୍ରୀ ଯେହେତୁ ପୁରୀ ଜିଲ୍ଲା ରୁ ପ୍ରତିନିଧି ହିସାବରେ ଯାଇଛନ୍ତି ତାଙ୍କ କର୍ତବ୍ୟ ପାଳନ କରନ୍ତୁ.ଆଜିର ଏ ସମିଳନୀ ରେ ଜିଲ୍ଲା ଆବାହକ ସଂଜୀବ ମହାନ୍ତି, ନଗର ଉପ ସଭାପତି ଦେବ ପ୍ରଧାନ, ଆପ ବରିଷ୍ଠ ସମାଜ ର ସଭାପତି ଉପେନ୍ଦ୍ର କୁମାର ଜେନା, ଯୁବ ସମ୍ପାଦକ ଜନ୍ମେଜୟ ଜେନା ଉପସ୍ଥିତ ଥିଲେ।