ବୈପାରିଗୁଡ଼ା ବ୍ଲକ ସଦର ସହୀଦ ଲକ୍ଷ୍ମଣ ନାୟକ ଡିଗ୍ରୀ କଲେଜ ପିଲା ମାନଙ୍କୁ ନେଇ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ଜୀବନ ରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ପରିବହନ ବିଭାଗୀୟ ଅଧିକାରୀ ରାଜେଶ ମାରାଣ୍ଡି , ଅତିରିକ୍ତ ପରିବହନ ବିଭାଗୀୟ ଅଧିକାରୀ ତପନ କୁମାର ବେଟି ଆରଟିଓ କର୍ମଚାରୀ , ବୈପାରିଗୁଡ଼ା ଥାନା ଅଧିକାରୀ ଦୀପାଞ୍ଜଳୀ ପ୍ରଧାନ ସମେତ ପୋଲିସ କର୍ମଚାରୀ ମିଳିତରେ ଆଜି ବୈପାରିଗୁଡ଼ା ସହୀଦ ଲକ୍ଷ୍ମଣ ନାୟକ ଡିଗ୍ରୀ କଲେଜ ପିଲା ମାନଙ୍କୁ ନେଇ ରାଲି ମାଧ୍ୟମରେ ଲୋକଙ୍କୁ ଟ୍ରାଫିକ ନିୟମକୁ ମାନି ଗାଡ଼ି ଚଲେଇବା ନିମନ୍ତେ ସଚେତନ କରିଥିଲେ । ୧୮ ବୟସରୁ କମ ବ୍ୟକ୍ତି ବାଇକ ନଚଲେଇବା , ବାଇକ ଚଲାଇବା ସମୟରେ ହେଲିମେଣ୍ଟ ବ୍ୟବହାର କରିବା , ଦୃତ ଗତିରେ ଗାଡ଼ି ନଚଲେଇବା , ବାଇକରେ ଦୁଇରୁ ଅଧିକ ନବସିବା , ମଦ୍ୟପାନ କରି ଗାଡ଼ି ନଚଲେଇବା , ଚାରୀ ଚକିଆ ଡ୍ରାଇଭର ମାନଙ୍କୁ ସିଟ ବେଲ୍ଟ ଲଗେଇବା ଇତ୍ୟାଦିକୁ ନେଇ ଲୋକ ମାନଙ୍କୁ ସଚେତନ ବାର୍ତ୍ତା ଦେଇଥିଲେ । ଆଜିର ଏହି ସଡ଼କ ସୁରକ୍ଷା ଜୀବନ ରକ୍ଷା ସଚେତନତା କାର୍ଯ୍ୟକ୍ରମରେ ସହୀଦ ଲକ୍ଷ୍ମଣ ନାୟକ ଡିଗ୍ରୀ କଲେଜ ଅଧ୍ୟକ୍ଷା ସ୍ନେହଲତା ପଟ୍ଟନାୟକ , ଅଧ୍ୟାପିକା ମାନସୀ ଆଚାର୍ଯ୍ୟ , ଅଧ୍ୟାପକ ସିମାଂଶୁ ଶେଖର ବକ୍ସି ଯୋଗ ଦେଇଥିଲେ।