ସମ୍ବିଧାନ ପ୍ରଣେତା ଡ଼କ୍ଟର ବି.ଆର ଆମ୍ବେଦକରଙ୍କ ଆଜି ମହାପ୍ରୟାଣ ଦିବସ ଉପଲକ୍ଷେ ଜାତୀୟ ଦଳିତ ଆଦିବାସୀ ମାଇନାରଟି ମହାସଂଘ ପକ୍ଷରୁ ଏକ ଭବ୍ୟ ଶୋଭାଯାତ୍ରା ପିପିଲି ବ୍ଲକ ଛକ ଠାରୁ ଶୋଭାଯାତ୍ରା ବାହାରି ତରାକାଜ ବ୍ରିଜ ନିକଟ ଆମ୍ବେଦକର ପ୍ରତିମୂର୍ତ୍ତି ନିକଟ ପର୍ଯ୍ୟନ୍ତ ଯାଇଥିଲା l ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀଙ୍କ ନେତୃତ୍ୱରେ ଶତାଧିକ ମହିଳା ପୁରୁଷ ଏହି ପଦଯାତ୍ରା ରେ ସାମିଲ ହୋଇଥିଲେ । ବିଭିନ୍ନ ସ୍ଲୋଗାନ ସହ ପାରମ୍ପାରିକ ବାଦ୍ୟ ରେ ପିପିଲି ବଜାର ପରିକ୍ରମା କରାଯାଇଥିଲା l ପଦଯାତ୍ରା ଟି ତରାକାଜ ନିକଟ ରେ ପହଁଚିବା ପରେ ଶ୍ରୀଯୁକ୍ତ ସେଠୀଙ୍କ ସଭାପତିତ୍ୱ ରେ ଏକ ସଭାର ଆୟୋଜନ ହୋଇଥିଲା l ତେବେ ଆୟୋଜିତ ସଭା କାର୍ଯ୍ୟକ୍ରମ ରେ ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମ୍ବେଦକର ଙ୍କ ପ୍ରତିମୃର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ଅନ୍ୟତମ ଅତିଥି ଭାବେ କମ୍ୟୁନିଷ୍ଟ ପାର୍ଟି ର ବରିଷ୍ଠ ସଦସ୍ୟ ସର୍ବେଶ୍ୱର ଭାରତୀ, ସଂଗଠକ କାହ୍ନୁ ଚରଣ ବେହରା, ଗଙ୍ଗାଧର ସେଠୀ ଓ ସଗଂଠନ ର ରାଜ୍ୟ ସମ୍ପାଦିକା ସୋନୀଲତା ସେଠୀ ପ୍ରମୁଖ ଯୋଗ ଦେଇ ସମ୍ବିଧାନର ପ୍ରଣେତା ଡ଼ଃ ବି ଆର ଆମ୍ବେଦକର ଙ୍କ ଦେଶ ପ୍ରତି ଅପୁରଣୀୟ ଅବଦାନ ସମ୍ପର୍କର ଆଲୋକପାତ କରିଥିଲେ l ଭୂମିହୀନ ଗରିବ ନିଷ୍ପେସିତ ଓ ସାଧାରଣ ବର୍ଗ ର ଲୋକଙ୍କ ନ୍ୟାୟ ପାଇଁ ଏହି ସଂଗଠନ ସଦା ସର୍ବଦା ଲଢେଇ ଜାରି ରଖିଥିବା ନେଇ ସଂଗଠନ କୁ ଅତିଥି ମାନେ ଭୂୟଂସି ପ୍ରଶଂସା କରିଥିବା ବେଳେ ଆମ୍ବେଦକର ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ସଂଗଠନ ସଦା ସର୍ବଦା କାର୍ଯ୍ୟ କରି ଆସୁଛି ରାଜ୍ୟ ସଭାପତି ବିଜୟ ସେଠୀ କହିଛନ୍ତି l