ଇଣ୍ଡିଆନ ଓଭରସିଜ କଂଗ୍ରେସର ଅଧ୍ୟକ୍ଷ ସାମ୍ ପିଟ୍ରୋଡାଙ୍କ ଲାପଟପ, ମୋବାଇଲ ଫୋନ ଏବଂ ସର୍ଭର ହ୍ୟାକ ହୋଇଛି। ଏହାକୁ ହ୍ୟାକ କରିନେଇଛନ୍ତି ହ୍ୟାକର। ହ୍ୟାକ୍ କରିବା ପରେ ସେମାନେ ପିଟ୍ରୋଡାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଛନ୍ତି। ଏନେଇ ଅଭିଯୋଗ କରିଛନ୍ତି ସାମ୍ ପିଟ୍ରୋଡା।
ଶନିବାର ଦିନ ସେ କହିଛନ୍ତି ଯେ ଗତ କିଛି ସପ୍ତାହ ମଧ୍ୟରେ ମୋ ସର୍ଭରକୁ ବାରମ୍ବାର ହ୍ୟାକ କରାଯାଉଛି। ମୋର ଲାପଟପ୍, ସ୍ମାର୍ଟଫୋନ୍ ଏବଂ ସର୍ଭର ହ୍ୟାକ୍ ହୋଇ ଟ୍ୟାମ୍ପରିଂ କରାଯାଇଛି। ଘଟଣା ସମ୍ପର୍କରେ ପିଟ୍ରୋଡା ନିଜେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତାଙ୍କ ମୋବାଇଲ ନମ୍ବର କିମ୍ବା ଇ-ମେଲରୁ ତାଙ୍କ ନାମରେ କାହାକୁ କୌଣସି ବାର୍ତ୍ତା କିମ୍ବା ଲିଙ୍କ ଗଲେ ତାହାକୁ ନ ଖୋଲିବାକୁ ସେ ଅନୁରୋଧ କରିଛନ୍ତି।