ଫ୍ୟାନଙ୍କ ପ୍ରତି ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସମବେଦନା। ହାଇଦ୍ରାବଦର ଏକ ସିନେମା ହଲରେ ପୁଷ୍ପା-ଟୁ ଦେଖିବାକୁ ଯାଇଥିବା ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଅଲ୍ଲୁ। ସେ ତାଙ୍କ ସୋସିଆଲ ମିଡିଆ ହାଣ୍ଡେଲରେ ଏକ ସମବେଦନାପୂର୍ଣ୍ଣ ବାର୍ତ୍ତା ରଖିବା ସହ ମୃତକଙ୍କ ପରିବାର ସହିତ ଏହି ଅସମୟରେ ଛିଡା ହେବେ ବୋଲି କହିଛନ୍ତି। ଏପରିକି ମୃତ ମହିଳାଙ୍କ ପରିବାର ଲୋକଙ୍କୁ ସେ ବ୍ୟକ୍ତିଗତ ଭାବେ ଯାଇ ଭେଟିବେ ବୋଲି ଜଣାଇଛନ୍ତି। ଏହାସହ ସେହି ପରିବାରକୁ ସେ ୨୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ଲାଗି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।
ଏକ୍ସରେ ସେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ସନ୍ଧ୍ୟା ଥିଏଟରରେ ଘଟିଥିବା ଘଟଣା ତାଙ୍କୁ କଷ୍ଟ ଦେଇଛି। ମୃତ ମହିଳାଙ୍କ ପରିବାରକୁ ସମବେଦନା ଜଣାଉଛି ଏଭଳି କଷ୍ଟକର ସମୟରେ ତାଙ୍କ ପରିବାରକୁ ଏକୁଟିଆ ଛାଡ଼ିପାରିବିନି। ସେମାନଙ୍କୁ ସବୁ ପ୍ରକାର ସହାୟତା କରିବି। ଏଥିସହ ମୃତା ମହିଳା ରେବତୀଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଦେବା ସହ ଆହତ ହୋଇଥିବା ତାଙ୍କ ୧୩ ବର୍ଷୀୟ ପୁଅଙ୍କ ସମସ୍ତ ମେଡିକାଲ ଖର୍ଚ୍ଚ ବହନ କରିବେ ବୋଲି ଅଲ୍ଲୁ ଅର୍ଜୁନ କରିଛନ୍ତି ।