କ୍ରାଇମ ଓ ଆକ୍ସନ ଭରା ୱେବ ସିରିଜ ଗ୍ୟାଙ୍ଗସ ଅଫ୍ ପୁରୀକୁ ନେଇ ଏବେ ସବୁଠି ଚର୍ଚ୍ଚା। ଓଡିଆରେ ଖୁବ କମ ସିରିଜ ତିଆରି ହୋଇଥିବା ବେଳେ ଏହି ୱେବ ସିରିଜଟି ଖୁବ କମ ସମୟ ଭିତରେ ଲୋକଙ୍କ ଭଲ ପାଇବା ସାଉଁଟିଛି। ତେବେ ଏହାରି ଭିତରେ ବହୁ ପ୍ରତିକ୍ଷୀତ ୱେବ ଲିରିଜ ଗ୍ୟାଙ୍ଗସ ଅଫ୍ ପୁରୀ –ସିଜିନ 2 ଶୁଭ ମୁହୁର୍ତ୍ତ ଧୁମଧାମର ଭୁବନେଶ୍ୱର ସିଆରପି ଛକ ସ୍ଥିତ ଶ୍ରୀ ସଙ୍କଟମୋଚନ ହନୁମାନ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଟେକ୍ନୋଆର୍ଟ ପ୍ରଡକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ନିର୍ମିତ ଏହି ବହୁ ପ୍ରତୀକ୍ଷିତ ସିରିଜ ସ୍ୱତନ୍ତ୍ର ଭାବେ କଞ୍ଚା ଲଙ୍କା ଓଟିଟି ରିଲିଜ ହେବାକୁ ଯାଉଛି।
ଚଳଚ୍ଚିତ୍ର ନିର୍ମାତା ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ଗ୍ୟାଙ୍ଗସ୍ ଅଫ୍ ପୁରୀ’ର ଦ୍ୱିତୀୟ ସିଜିନ୍ ‘ଗ୍ୟାଙ୍ଗସ୍ ଅଫ୍ ପୁରୀ’ର: ସିଜିନ୍ ୧ କାହାଣୀକୁ ନେଇ ଆଗକୁ ବଢିବ । ପ୍ରଥମ ସିଜିନରେ ସଂସ୍କୃତିର ସହର ପୁରୀର ଜୀବନକୁ ଅତି ସରଳ ଓ ସୁନ୍ଦର ଭାବରେ ପ୍ରସ୍ତୁତ କରି ଦର୍ଶକଙ୍କ ପାଖରେ ପହଂଚାଇଥିଲା ଓଟିଟି ପ୍ଲାର୍ଟଫର୍ମ କଂଚାଲଙ୍କା। ପ୍ରଥମ ସିଜିନରେ ପାପ ପୁନ୍ୟ ଧର୍ମ-ଅର୍ଧମ ଓ ନ୍ୟାୟ ଅନ୍ୟାୟକୁ ଖୁବ ସୁନ୍ଦର ଭାବେ ଉପସ୍ଥାପନା କରିଥିଲା ପୁରା ଟିମ।
ତେବେ ଏହାରି ଭିତରେ ଗ୍ୟାଙ୍ଗସ୍ ଅଫ୍ ପୁରୀର ସିଜିନ୍ ୨ ଆରମ୍ଭ କରି ଆମେ ବେଶ୍ ଖୁସି ଅଛୁ ପ୍ରଥମଟି ଯେତିକି ଭଲ ହୋଇଥିଲା ଦ୍ବିତୀୟଟିକୁ ସେତିକ ଭଲ କରିବାକୁ ଚେଷ୍ଟା କରାଯାଉଛି। ସିଜିନ୍-୨ ଅଧିକ ଡ୍ରାମା ଓ ଷ୍ଟାର୍ ପରଫରମାନ୍ସ ସହ ଓଡ଼ିଆକୁ ବିଶ୍ୱସ୍ତରରେ ପହଞ୍ଚାଇବା ଆମର ଲକ୍ଷ୍ୟ ବୋଲି ମତ ଦେଇଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା।
ପୁରୀରେ ଜନ୍ମ ନେଉଥିବା ଗ୍ୟାଙ୍ଗଷ୍ଟାରଙ୍କ ଜୀବନକୁ ଅତି ନିଖୁଣ ଭାବରେ ଦର୍ଶା ଯାଇଥିଲା ଏହି ସିରିଜର ପ୍ରଥମ ଭାଗରେ। ପୁରୀ ବେଳାଭୂମିରେ ମସିୟବ୍ୟାବସାୟୀଙ୍କୁ ଅତ୍ୟାଚାରରୁ ଆରମ୍ଭ ହୋଇଥିଲା କାହାଣୀ। ସେଠାରେ ହୋଟେଲ କରିବାକୁ ଆରମ୍ଭ କରନ୍ତି ଚକ୍ରାନ୍ତ। ଏହି ବ୍ୟବସାୟୀଙ୍କୁ ସାଥ ଦିଅନ୍ତି ଜଣେ ରାଜନେତା। ଆଉ ଏହାକୁ ନେଇ ଆରମ୍ଭ ହୁଏ ପୁରୀରେ ଗ୍ୟାଙ୍ଗ ୱର।ଏହି ସିରିଜର ସୁଟିଂ ୧୧ ଡିସେମ୍ବର ୨୦୨୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦୨୫ ସୁଦ୍ଧା ଷ୍ଟ୍ରିମିଂ ହେବ ବୋଲି ଆଶା ଆଶାକରାଯାଉଛି ବୋଲି ଟେକ୍ନୋଆର୍ଟ ପ୍ରଡକ୍ସନ ପ୍ରାଇଭେଟ ଲିମିଟେରର ନିଦ୍ଦେଶକ ବର୍ଷା ପଟ୍ଟନାୟକ କହିଛନ୍ତି।