ହଲରେ ଧମାଲ କରୁଛି ପୁଷ୍ପା-୨ ଦ ରୁଲ୍। ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ କରି ଚାଲିଛି। ଦିନକୁ ଦିନ ବଢୁଛି ଫ୍ୟାନ୍ସଙ୍କ କ୍ରେଜ। ଏହି ଚଳଚ୍ଚିତ୍ରଟି ଚନ୍ଦନକାଠ ମାଫିଆ ଷ୍ଟାଇଲ୍ରେ ପୁଷ୍ପା ରାଜଙ୍କ କାହାଣୀକୁ ନେଇ ପୁଣି ବଡ ପରଦାକୁ ଫେରିଛି। ପୁଷ୍ଯା 1ରେ ଯେଉଁଠି କାହାଣୀ ସରିଥିଲା ସେଇଠୁ ପୁଣି ଆରମ୍ଭ ହେଉଛି ଫିଲ୍ମ।
ପୁଷ୍ପା 2ର କ୍ରେଜ ଯେତିକି ବଢୁଛି ଅଡୁଆ ବି ସେତିକି ବଢୁଛି। ଅର୍ଥାତ ଏବେ ଅଡୁଆରେ ପଡିଛନ୍ତି ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ। ପୁଷ୍ପାଙ୍କ ନାଁରେ ରୁଜୁ ହୋଇଛି ମାମଲା। ରିଲ୍ ନୁହେଁ ରିୟଲ୍ ଲାଇଫରେ ପୁଷ୍ପରାଜ୍ ଅର୍ଥାତ ଅଲ୍ଲୁ ଅର୍ଜୁନଙ୍କ ନାଁରେ ରୁଜୁ ହୋଇଛି କେସ୍। ହାଇଦ୍ରାବାଦ ସଂଧ୍ୟା ଥିଏଟର୍ ବାହାରେ ପୁଷ୍ପା ଟୁ ଶୋ’ ବେଳେ ଯେଉଁ ଦଳାଚକଟା ପରିସ୍ଥିତି ଉପୁଜୁଥିଲା। ସେହି ଭିଡ ଭିତରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ଅନେକ ବ୍ୟକ୍ତି ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ନେଇ ଅଲ୍ଲୁ ଅର୍ଜୁନ୍, କାର୍ଯ୍ୟକ୍ରମର ଆୟୋଜକ, ସିନେମା ହଲ୍ ମାଲିକଙ୍କ ନାଁରେ ମାମଲା ରୁଜୁ ହୋଇଛି।
ଅଭିଯୋଗ ଅନୁସାରେ ବିନା ଅନୁମତି ଓ ଆନୁସଙ୍ଗିକ ବ୍ୟବସ୍ଥା ନଥାଇ ପ୍ରିମିୟର୍ ସୋ’ ହୋଇଥିବା ଅଭିଯୋଗ ହୋଇଛି। ପ୍ରିମିୟର ସୋ ରେ ଏତେ ପରିମାଣର ଭିଡ଼ ଜମିଥିଲା ଯେ ସେଥିରେ ଶ୍ୱାସରୁଦ୍ଧ ହୋଇ ରେବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୧୩ ବର୍ଷର ପୁଅ ଆହତ ହୋଇଛନ୍ତି।
ପୋଲିସର ସୂଚନାନୁସାରେ, ଅଲ୍ଲୁ ଅର୍ଜୁନ ସୂଚନା ନଦେଇ ଥିଏଟରରେ ପହଞ୍ଚିଥିଲେ। ଏବଂ ତାଙ୍କ ଗୋଟିଏ ଝଲକ ଦେଖିବା ପାଇଁ ଫ୍ୟାନ୍ସଙ୍କ ଆଗ୍ରହ ଦେଖିବାକୁ ମିଳିଥିଲା। ଫଳରେ ଦଳାଚକଟା ପରିସ୍ଥିତି ସୃଷ୍ଠି ହୋଇଥିଲା। କୁହାଯାଉଛି ଯେ ଅଲ୍ଲୁ ଅର୍ଜୁନଙ୍କ ଆସିବା ନେଇ କେବଳ ଥିଏଟର ମ୍ୟାନେଜମେଣ୍ଟ ଜାଣିଥିଲା, ତଥାପି ସେମାନେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କାହିଁ କରିନଥିଲେ ଏବେ ଡାହା ହେଉଛି ସବୁଠୁ ବଡ ପ୍ରଶ୍ନ।