ପୋଲାଭରମ୍ ପ୍ରସଙ୍ଗକୁ ନେଇ ବିଧାନସଭା ସରଗରମ। ଗୃହରେ ହୋହଲ୍ଲା ଓ ନାରାବାଜି କରିଛନ୍ତି କଂଗ୍ରେସ ଦଳରସଦସ୍ୟ। ଆଜି ବି ଚାଲିପାରିଲାନି ପ୍ରଶ୍ନକାଳ। ଗୃହକୁ ଅପରାହ୍ଣ ଯାଏ ମୁଲତବି ରଖିଛନ୍ତି ବାଚସ୍ପତି। ପୋଲାଭରମ୍ ପ୍ରସଙ୍ଗରେ ମୁଲତବୀ ଗ୍ରହଣ ନ ହେବାରୁ କଂଗ୍ରେସ ସଦସ୍ୟ ପ୍ରତିବାଦ କରିଛନ୍ତି । ଡବଲ୍ ଇଞ୍ଜିନ ସରକାର ହାଏ ହାଏ, ଡବଲ୍ ଇଞ୍ଜିନ ସରକାର ଧିକ୍ ଧିକ୍ ନାରା ଦେଇ ଗୃହ ମଧ୍ୟଭାଗରେ ପ୍ରତିବାଦ କରିଛନ୍ତି କଂଗ୍ରେସ ସଦସ୍ୟ।
ସେପଟେ ପୋଲାଭରମ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ବିଜେଡି ଓଡ଼ିଶାବାସୀଙ୍କ ସ୍ୱାର୍ଥ ପ୍ରସଙ୍ଗରେ ସବୁବେଳେ ଲଢ଼େଇ କରୁଥିଲା। ଆଉ ଆଗକୁ ମଧ୍ୟ ଲଢେଇ ଜାରି ରହିବ। ତେବେ ଗତକାଲି ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ପହଞ୍ଚିଥିଲା ବିଜେଡି। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓ ଆଦିବାସୀ ମନ୍ତ୍ରାଳୟ CWCକୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ ବିଜେଡି ସାଂସଦ ଓ ନେତା। ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦୋଷାରୋପ କରିଛି ବିଜେଡି।