ସତ୍ୟ ଘଟଣା ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର “The Sabarmati Report”, ଏବେ ଯେତିକି ପ୍ରଶଂସା ସାଉଁଟୁଛି ସେତିକି ଚର୍ଚ୍ଚା ରେ ଆସୁଛି। ଦର୍ଶକଙ୍କ ଭଲ ପାଇବା ସାଉଁଟିଥିବା “ଦି ସାବରମତୀ ରିପୋର୍ଟ ” ଏବେ ସରକାରଙ୍କୁ ମଧ୍ୟ ପସନ୍ତ ଆସିଛି। ଗତ କାଲି ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ଦେଖିଛନ୍ତି ହିନ୍ଦୀ ଚଳଚ୍ଚିତ୍ର ‘ସାବରମତୀ ରିପୋର୍ଟ’। ଯାହାକି ୨୦୦୨ ଗୋଧ୍ରା ଟ୍ରେନ ଟ୍ରାଜେଡି ଘଟଣାବଳୀ ଉପରେ ଆଧାରିତ । ତେବେ ଏହି ଫିଲ୍ମଟିକୁ ସଂସଦ ରେ ଥିବା ବାଲ୍ଯୋଗୀ ଅଡିଟୋରିୟମ୍ରେ ଖୋଦ ମୋଦି ଅଭିନେତା ବିକ୍ରାନ୍ତ ମେସି ଏବଂ ଅନ୍ୟ ବିଜେପି ନେତାମାନଙ୍କ ସହ ଦେଖିଛନ୍ତି ।
ଧିରଜ ଶର୍ମାଙ୍କ ଦ୍ଵାରା ନିର୍ଦେଶିତ ଏହି ଚଳଚ୍ଚିତ୍ରଟି ୨୦୦୨ ଗୋଧ୍ରା ଟ୍ରେନ ପୋଡ଼ି ଘଟଣା ଉପରେ ନିର୍ମାଣ ହୋଇଛି, ଯାହାକୁ ନେଇ ଗୁଜରାଟରେ ଅଶାନ୍ତ ସୃଷ୍ଟି ହୋଇଥିଲା। ଅଗ୍ନିକାଣ୍ଡ ଘଟଣାରେ ଆହତ ହୋଇଥିବା ଲୋକେ କିଭଳି ସଂଘର୍ଷ କରୁଥିଲେ ସେ ବିଷୟରେ ସଂପୂର୍ଣ୍ଣ ତଥ୍ୟ ଦେଇଛି ଏହି ଫ୍ଲିମ।ଏବଂ ଯେତେବେଳେ ଏହି ଘଟଣା ଟି ଘଟିଥିଲା ସେତେବଳେ ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ରହିଥିଲେ।
ଏହି ଚଳଚ୍ଚିତ୍ର ସମ୍ପର୍କରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ହୋଇଥିବା ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ରଖି ମୋଦୀ କହିଥିଲେ, ସତ କେବେ ଲୁଚି ରହେନା । ଦିନେ ନା ଦିନେ ସାମ୍ନାକୁ ଆସିବ। ମିଛ କଥା ସୀମିତ ସମୟ ପର୍ଯ୍ୟନ୍ତ ତିଷ୍ଟି ପାରିବ। ସର୍ବ ଶେଷରେ ସତ୍ୟ ହିଁ ସାମ୍ନାକୁ ଆସିବ ।