ଭୁବନେଶ୍ବରରେ ଆରମ୍ଭ ହେଲା ଡିଜିପି ସମ୍ମିଳନୀ। ଓଡିଶାରେ ପହଂଚି ଡିଜିପି ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସ୍ବତନ୍ତ୍ର ବିମାନରେ ଓଡିଶା ଆସି ପହଂଚିଲେ ଗୃହମନ୍ତ୍ରୀା। ଏହି ସମ୍ମିଳନୀରେ ସବୁ ରାଜ୍ୟର ଡିଜିପି ଉପସ୍ଥିତ ଅଛନ୍ତି। ସମ୍ମିଳନୀକୁ ଉଦଘାଟନ କଲେ ଅମିତ ଶାହା। ଏହା ହେଉଛି 59ତମ ଡିଜିପି ସମ୍ମିଳନୀ। ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି ଅନେକ ଭିଭିଆଇପି। ଏହା ସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏହି ସମ୍ମିଳନୀରେ ଦେଲେ ଯୋଗ। ଖାସ କଥା ହେଉଛି ଏହି ତିନି ଦିନିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ। ତିନି ଦିନ ଧରି ଭାରତର ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହେବ। ସମ୍ମିଳନୀରେ ସିବିଆଇ ନିର୍ଦ୍ଦେଶକ, ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ପୋଲିସ ଏକାଡେମୀ ନିର୍ଦ୍ଦେଶକ ମଧ୍ୟ ସାମିଲ ହୋଇଛନ୍ତି। ସେପଟେ କଡା ସୁରକ୍ଷା ବଳୟରେ ରହିଛି ଭୁବନେଶ୍ବର। ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଛି।