ନଭେମ୍ବର 24 ରେ ବାତ୍ୟା ଦାନା ର କ୍ଷୟକ୍ଷତିର ସମିକ୍ଷା କରିବା ପାଇଁ କେନ୍ଦ୍ର କୃଷି ବିଭାଗର ନିର୍ଦ୍ଦେଶକ ଡଟ ମାନ ସିଂ ନେତୃତ୍ବରେ 2 ଜଣିଆ ଟିମ ଧାମରାରେ ପହଁଚିଛନ୍ତି । ତେବେ ଧାମରା ରେ ପହଁଚିବା ପରେ ପ୍ରଥମେ ଆଦାନୀ ଧାମରା ବନ୍ଦରରେ ମଧ୍ୟାନ ଭୋଜନ ସାରି ଦୋସିଙ୍ଗା ପଂଚାୟତର ବାଲିସାହି ଗସ୍ତ କରି କୃଷକ ମାନଙ୍କର ବାତ୍ୟା ଦାନା ଜନିତ କ୍ଷୟକ୍ଷତିର ସମିକ୍ଷା କରିଥିଲେ । ବାତ୍ୟା ଦାନା ପାଇଁ ଚଳିତ ବର୍ଷ ଧାନ, ପନିପରିବା କ୍ଷତି ସମ୍ପକରେ ଚାଷୀ ମାନଙ୍କ ଠାରୁ ସର୍ବିଶେଷ ତଥ୍ୟ ଗ୍ରହଣ କରିବା ସହିତ ନିଜେ ଧାନକ୍ଷେତରେ ପଶି ଧାନର ଗୁଣାତ୍ମକ ମାନ ପରିକ୍ଷୀ ଥିଲେ ତେବେ ବାତ୍ୟା ଦାନା ରେ 60 ପ୍ରତିଶତ ଧାନ କ୍ଷତି ହୋଇଥିବା ନିଜେ ଅନୁଭବ କରିବା ସହିତ ବାଲିସାହିରୁ ଚନ୍ଦନୀପାଳ ଅମରନଗର ଯାଇ ମତ୍ସ୍ୟଜିବୀଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ଏହି ସମିକ୍ଷା ଟିମରେ ଜଳ ଓ ଶକ୍ତି ନିର୍ଦ୍ଦେଶକ ସୁଶାନ୍ତ କୁମାର ସାମଲ,ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଙ୍କ ସହିତ ପି. ଡି, ଏଡିଏମ ଶାଶ୍ୱତ ମହାନ୍ତି, ଚାନ୍ଦବାଲି ତହସିଲଦାର ଭାବତୋଷ ମଲ୍ଲୀକ,ବିଡିଓ ଅସିତ ମହାନ୍ତି, ଚାନ୍ଦବାଲି କୃଷି ଅଧିକାରିଣୀ ଲିପସା ପ୍ରିୟଦର୍ଶନୀ, ଉଦ୍ୟାନ ବିଭାଗର ସାଧନା ପଣ୍ଡା ,ସୁପରଭାଇଜର କମଳାକାନ୍ତ ସାଦ ଓ ଧାମରା ରାଜସ୍ବ ଅଧିକାରୀ ତୁଷାର ମହାପାତ୍ରଙ୍କ ସହିତ ଧାମରା, ଜାଗୁଳା ,ଦୋସିଙ୍ଗା, ବଂଶଡା ଓ କରଞ୍ଜମାଳ ପଂଚାୟତର ବିଭିନ୍ନ ବର୍ଗର ଲୋକଙ୍କ ସହିତ ଆଲୋଚନା କରିଥିଲେ ।