ସନ୍ଷ୍ଟାର ଟିଭି ବ୍ୟୁରୋ
ନ୍ୟୁଜଲାଣ୍ଡରେ ବିଦାୟ ନେଲା ବର୍ଷ ୨୦୨୦ ଏହା ସହ ସେ ସ୍ଵାଗତ କରିଛି ୧୦୨୧କୁ । କରୋନା ସାରା ବିଶ୍ଵକୁ କବଳିତ କରିଥିବା ବେଳେ ବିଶ୍ଵର ପ୍ରଥମ ଦେଶଭାବେ କରୋନା ମୁକ୍ତ ହୋଇଥିଲା ନ୍ୟୁଜଲାଣ୍ଡ । ଭାରତରେ ରାତି ୧୨ ଟା ପରେ ନୂଆବର୍ଷ ପାଳନ କରାଯିବାକୁ ଥିବା ବେଳେ ନ୍ୟୁଜିଲାଣ୍ଡରେ ସବୁଠାରୁ ଆଗେ ବା ପ୍ରଥମେ ନୂଆବର୍ଷ ପାଳନ କରାଯାଉଥିବା ଦେଖିବାକୁ ମିଳିଛି ।
ଭାରତୀୟ ସମୟ ଗୁରୁବାର ୩.୩୦ ମିନିଟରୁ ନ୍ୟୁଜିଲାଣ୍ଡବାସୀ ପାଳନ କରୁଛନ୍ତି ନୂଆବର୍ଷ । ସମ୍ପୁର୍ଣ୍ଣ ଆନନ୍ଦ ଉଲ୍ଲାସର ସହିତ ବାଣ, ରୋଶଣୀରେ ନ୍ୟୁଜଲାଣ୍ଡର ଆଁକଲାଣ୍ଡ ଠାରେ ଲୋକମାନେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି । ନାଚଗୀତରେ ଝୁମି ଉଠୁଛି ସାରା ନ୍ୟୁଜଲାଣ୍ଡ । ଏହାସହ ଅନ୍ୟଦେଶ ମାନଙ୍କରେ ନୂଆବର୍ଷକୁ ସ୍ୱାଗତ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଷ୍ଟାଣ୍ଡାର୍ଡ ଟାଇମ ମୁତାବକ ବିଶ୍ୱର ନ୍ୟୁଜିଲାଣ୍ଡରେ ସବୁଠାରୁ ଶୀଘ୍ର ଏହି ସମୟ ଆସିଥାଏ । ଅର୍ଥାତ୍ ଅନ୍ୟ ଦେଶ ମାନଙ୍କର ସମୟ ମୁତାବକ ନ୍ୟୁଜଲାଣ୍ଡରେ ଶୀଘ୍ର ରାତି ୧୨ ଟା ବାଜିଯାଇଥାଏ ।