ଓଡ଼ିଆ ଭାଷା, ସାହିତ୍ୟ ତଥା ଓଡ଼ିଶାର ଅଖଣ୍ଡତାକୁ ରକ୍ଷାକରିବା ପାଇଁ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରି ସ୍ୱତନ୍ତ୍ର ଓଡିଶା ଗଠନର ଅନ୍ୟତମ ବିନ୍ଧାଣୀ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଅବଦାନ ଅତୁଳନୀୟ। ଓଡ଼ିଆ ଭାଷା ଓ ସାହିତ୍ୟ କୁ ବଞ୍ଚେଇ ରଖିବା ପାଇଁ ସାହିତ୍ୟ ସମାଜ ସବୁ ବେଳେ ପ୍ରଚେଷ୍ଟା କରିଆସୁଛି। ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ଶିକ୍ଷାବିତ ଓ ସମାଜସେବୀ ଦ୍ଵାରା ଆଜି ସାଲେପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସାଇ ଯମୁନା ସାହିତ୍ୟ ଉତ୍ସବ ଅନୁଷ୍ଠିତ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁସ୍ତକ ଲୋକାର୍ପଣ ଓ ସମ୍ବର୍ଦ୍ଧନା ଉତ୍ସବରେ ସମ୍ବର୍ଦ୍ଧନା କଲେ ଟାଙ୍ଗୀ -ସାଲେପୁର ବିଜେପି ସଂଗଠକ ହିମାଂଶୁ ମହାନ୍ତି
ଏହି କାର୍ଯ୍ୟକ୍ରମରେ ସର୍ବୋଦୟ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ ସୂର୍ଯ୍ୟବଂଶୀ, ସାହିତ୍ୟ ଓ ଗବେଷକ ପ୍ରଫେସର ରବିନାରାୟଣ ପଣ୍ଡା, ସାହିତ୍ୟିକ ଶ୍ରୀଯୁକ୍ତ ଶଶଧର ପଣ୍ଡା, ସାହିତ୍ୟିକ ଶ୍ରୀଯୁକ୍ତ ଚନ୍ଦ୍ରମଣି ଭୂୟାଁ ଉପସ୍ଥିତ ଥିଲେ l