ପଶ୍ଚିମ ଓଡିଶା ଓ ବିଭିନ୍ନ ଆଦିବାସୀ ଭାଷାରେ ଦୂରଦର୍ଶନରେ ଖବର ପ୍ରସାରଣ ସହ ଶିକ୍ଷାନୁଷ୍ଠାନରେ ଆଦିବାସୀ ଭାଷା ଯୋଡିହେବ । ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ପଶ୍ଚିମ ଓଡିଶା ଭାଷାରେ ଖବର ପ୍ରସାରଣ କରିବ ସରକାରୀ ଖବର ପ୍ରସାରଣ ସଂସ୍ଥା ଦୂରଦର୍ଶନ। ଏବଂ ଆଦିବାସୀ ଜନଜାତିଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ଆଦିବାସୀ ଭାଷାରେ ପାଠପଢ଼ା ଆରମ୍ଭ ହେବ ।ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୂର୍ବତନ ବିଧାୟିକା ତଥା ବିଜେପି ନେତ୍ରୀ କୁସୁମ ଟେଟେ।
ରାଜ୍ୟ ସରକାରଙ୍କ ଦ୍ଵାରା ଆୟୋଜିତ ସହିଦ୍ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମଜୟନ୍ତୀକୁ ନେଇ ବିରୋଧୀ ଦଳର ପ୍ରଶ୍ନର ଉତ୍ତରରେ ଏପରି କହିଛନ୍ତି ବିଜେପି ନେତ୍ରୀ ତଥା ପୂର୍ବତନ ବିଧାୟିକା କୁସୁମ ଟେଟେ। କୁସୁମ ନିଜ ଉତ୍ତରରେ କହିଛନ୍ତି ଯେ ବିଭିନ୍ନ ପ୍ରକାରର ଆଦିବାସୀ ଭାଷା ଯଥା:- ଇତ୍ୟାଦି ଭାଷାରେ ପାଠପଢ଼ା ଆରମ୍ଭ ହେବାକୁ ଯାଉଅଛି । ଖାଲି ସେତିକି ନୁହେଁ ଆଦିବାସୀ ଭାଷାଗୁଡିକୁ ସରକାରୀ ମାନ୍ୟତା ଦିଆଯିବା ସହ ଦୀର୍ଘ ଦିନର ଦାବି ମଧ୍ୟ ପୂରଣ ହେବ । ଆଦିବାସୀ ମାନଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣି ଆଦିବାସୀ ମାନଙ୍କୁ ଶିକ୍ଷିତ କରିବା କ୍ଷେତ୍ରରେ ସହଯୋଗ କରିବ ଏହି ନିଷ୍ପତ୍ତି । ଏବଂ ଖୁବଶିଘ୍ର ପଶ୍ଚିମ ଓଡିଶା ଭାଷାରେ ମଧ୍ୟ ପ୍ରସାରଣ ହେବାକୁ ଯାଉଅଛି ଦୂରଦର୍ଶନ ଖବର । କୁସୁମଙ୍କ ଉତ୍ତର ଅନୁସାରେ ଦୂରଦର୍ଶନ ସଂସ୍ଥାକୁ ପଶ୍ଚିମ ଓଡିଶା ଭାଷାରେ ଖବର ପ୍ରସାରଣ କରିବାକୁ ମଧ୍ୟ ଭାରତ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଆସିଛି