ନଭେମ୍ବରରେ ନବୀନ କରିବେ କମାଲ । ପ୍ରତିଟି ଜିଲ୍ଲା ପ୍ରତିଟି ଗାଁ ବୁଲିବେ ନବୀନ । ପୁଣି ଓଡିଶାବାସୀଙ୍କ ମନ ଜିତିବା ପାଇଁ ନବୀନ ନିଜର ମ୍ୟାଜିକ୍ ଦେଖାଇବେ । ଆଉ ଓଡିଆ ରାଜନୀତିରେ ପୁଣି ଏକ ନୂଆ ଇତିହାସ ଲେଖିବେ । ଏଭଳି ନୂଆ ଆଶା ଆଙ୍କାକ୍ଷା ନେଇ ଦଳୀୟ ନେତା ଓ କର୍ମୀଙ୍କ ସହ ଆଶା ବାନ୍ଧିଛନ୍ତି ନବୀନପ୍ରେମୀ । ପଞ୍ଚାୟତସ୍ତରରେ ନେତାଙ୍କ ଦଳଡିଆଁ ବିଜେଡି ପାଇଁ ଚିନ୍ତା ବଢାଇଛି । ତେଣୁ ସଂଗଠନ ସଜାଡ଼ିବାକୁ ଗ୍ରାଉଣ୍ଡକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ଏଇ ମାସ ଶେଷରୁ ଗୋଟିଏ ପରେ ଗୋଟିଏ ଜିଲ୍ଲା ବୁଲିବେ ନବୀନ । ପ୍ରସ୍ତୁତ ହେଉଛି ନେତା ଓ କର୍ମୀଙ୍କୁ ଭେଟିବାର କାର୍ଯ୍ୟକ୍ରମ । ଘନ ଘନ ବୈଠକ ଏବଂ ମାନସ ମନ୍ଥନ ପରେ ଗ୍ରାଉଣ୍ଡକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ। ୨୪ ଭୋଟରେ ଝଟକା ପରେ ଆକ୍ସନକୁ ଆସିଛନ୍ତି ନବୀନ । ନଭେମ୍ବର ଶେଷ ଓ ଡିସେମ୍ବର ଆରମ୍ଭରୁ ଜିଲ୍ଲା ବୁଲିବେ ବିରୋଧୀ ଦଳ ନେତା। ନେତା ଓ କର୍ମୀଙ୍କୁ ଭେଟି ଉତ୍ସାହିତ କରିବେ । ଆଗକୁ ପଞ୍ଚାୟତ ନିର୍ବାଚନ। ତେଣୁ ଗାଁ ପାଇଁ ଦଳ ରଣନୀତି କରୁଥିବା ଚର୍ଚ୍ଚା ହେଉଛି । ନବୀନଙ୍କ ଜିଲ୍ଲା ଗସ୍ତ ପ୍ରଭାବୀ ହେବ ବୋଲି ସମୀକ୍ଷକ ବି ଆକଳନ କରୁଛନ୍ତି । ୨୪ ନିର୍ବାଚନରେ ଅପ୍ରତ୍ୟାଶିତ ପରାଜୟ ପରେ ସଂଗଠନ ସଜାଡୁଛି ବିଜେଡି। ଆଉ ଏବେ ଗ୍ରାଉଣ୍ଡକୁ ଓହ୍ଲାଇବେ ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନଭେମ୍ବର ଶେଷ ଓ ଡିସେମ୍ବର ଆରମ୍ଭରୁ ଜିଲ୍ଲା ବୁଲିବେ ବିରୋଧୀ ଦଳ ନେତା ନବୀନ। ବିଭିନ୍ନ ଜିଲ୍ଲା ଗସ୍ତ କରି ତୃଣମୂଳ ନେତା ଓ କର୍ମୀଙ୍କୁ ଭେଟିବେ ନବୀନ। ଜିଲ୍ଲାର ସ୍ଥିତି ନେଇ ସ୍ଥାନୀୟ ନେତାଙ୍କ ସହ ନିରନ୍ତର ଆଲୋଚନା ଜାରି ରଖିଛନ୍ତି ନବୀନ। ପ୍ରାୟ ସବୁ ଜିଲ୍ଲାର ସମୀକ୍ଷା ସରିଥିବା ବେଳେ ଆଗକୁ ଗ୍ରାଉଣ୍ଡକୁ ଯିବେ ନବୀନ। ଆନୁଷ୍ଠାନିକ ଭାବେ ଦଳର ଜନସମ୍ପର୍କ ପଦଯାତ୍ରା ସରିଥିଲେ ବି କିଛି ଜିଲ୍ଲାରେ ଏବେ ବି ଚାଲିଛି କାର୍ଯ୍ୟକ୍ରମ। ସେମାନେ ବିଜେଡି ସରକାର ସମୟର ସଫଳତା କଥା କହିବା ସହ ବିଜେପି ସରକାରଙ୍କ ଦୋଷ ଦୁର୍ବଳତାକୁ ସାମ୍ନାକୁ ଆଣୁଛନ୍ତି। ସେପଟେ ସଦସ୍ୟ ସଂଗ୍ରହ ଅଭିଯାନ ବି ଜାରି ରଖିଛି ବିଜେଡି। ଦଳର ଛାମୁଆ ସଂଗଠନକୁ ମଧ୍ୟ ଗ୍ରାଉଣ୍ଡକୁ ଯିବାକୁ ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ। ଡିସେମ୍ବର ଶେଷ ଆଡ଼କୁ ଦଳର ସାଂଗଠନିକ ନିର୍ବାଚନ ରହିଥିବା ବେଳେ ଏହା ପୂର୍ବରୁ ଜିଲ୍ଲା ଗସ୍ତ କରି ବଡ ବୈଠକ କରିପାରନ୍ତି ନବୀନ। ନିର୍ବାଚନ ହାରିବା ପରେ ଚୁପ ବସିନି ବିଜେଡି। ସରକାରକୁ ଆସିବାକୁ ସଂଖ୍ୟା କଥା ବି ଏକାଧିକ ନେତା କହିଲେଣି। ଆଗକୁ ପଞ୍ଚାୟତ ନିର୍ବାଚନ ବି ରହିଛି। ତେଣୁ ଗାଁ ଗାଁରେ ଲୋକ ସଂପର୍କ ବଢାଇବାକୁ ବିଜେଡି ରଣନୀତି କରୁଛି କି ?ସେପଟେ ସାଂଗଠନିକ ନିର୍ବାଚନ ପରେ ଜାନୁଆରୀରୁ କାର୍ଯକ୍ରମକୁ ବ୍ୟାପକ କରିବ ବିଜେଡି। ବର୍ତ୍ତମାନ ନବୀନ ସାମ୍ନାକୁ ଆସି ଦଳକୁ ଲିଡ କରୁଥିବା ବେଳେ ଜିଲ୍ଲା ଗସ୍ତ ପ୍ରଭାବୀ ହେବ ବୋଲି ଆକଳନ କରୁଛନ୍ତି ରାଜନୀତିକ ସମୀକ୍ଷକ। ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ବଡ ପରୀକ୍ଷା। କାରଣ ସାଧାରଣ ନିର୍ବାଚନରେ ଦଳ ଅପ୍ରତ୍ୟାଶିତ ପରାଜୟ ଭୋଗିଥିଲେ ବି ଭୋଟ ପ୍ରତିଶତ ଅଧିକ ଥିବା ଦାବି କରି ଆସୁଛି ବିଜେଡି।ଅନ୍ୟପଟେ ସରକାରକୁ ଆସିବା ପରେ ବିଜେପି ବି ତୃଣମୂଳସ୍ତରରେ ସଙ୍ଗଠନ ସଜାଡିବାକୁ ବଡ ରଣନୀତି କରିଛି। ତେଣୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ନିଜକୁ ପ୍ରସ୍ତୁତ କରୁଥିବା ବେଳେ ନିଜେ ସାମ୍ନାକୁ ଆସିବେ ନବୀନ