ଗୁଜୁରାଟ ସୁରଟର ଉଦୁନା ଠାରେ କେନ୍ଦ୍ରାପଡା ମହାକାଳପଡା ଯଶୁଆପଲି ବାଲିସାହି ଗାଁର ଶତ୍ରୁଘ୍ନ ସାହୁଙ୍କ ପୁଅ ମନୋଜ ସାହୁ ଦୀର୍ଘ ୪ବର୍ଷ ହେବ ଏକ ଭେରାଇଟ ଷ୍ଟୋର କରି ରହୁଥିଲେ। ହେଲେ କଟକର ଗୁରୁଚରଣ ପ୍ରଧାନ ମନୋଜ ଠାରୁ କିଛି ଟଙ୍କା ପାଇବାର ଥିବାରୁ ଗତ ଅକ୍ଟୋବର ୧୦ରେ ଉଭୟଙ୍କ ମଧ୍ଯରେ ବଚସା ଓ ପରେ ମନୋଜ ଉତ୍ଯକ୍ତ ହୋଇ ଏକ ଲୁହା ରଡରେ ବାଡେଇ ମାରିଥିଲେ। ଘଟଣାସ୍ଥଳରେ ଗୁରୁଚରଣଙ୍କର ମୃତ୍ଯୁ ଘଟିବାରୁ ତାଙ୍କୁ ଏକ ଲୁଗାସଫା ମେସିନରେ ଲୁଚାଇ ରଖିଥିବା ଗୁଜୁରାଟ ପୁଲିସ ଠାରୁ ସୂଚନା ମିଳିଛି । ଦୀର୍ଘ 7ଦିନ ଧରି ଗୁରୁଚରଣଙ୍କ ମୃତ ଦେହ ଏକ ଲୁଗାସଫା ମେସିନରେ ରହିବାରୁ ପାରିପ୍ବାର୍ଶିକ ଅଞ୍ଚଳରେ ପଚା ଗନ୍ଧ ହେବାରୁ ଅଞ୍ଚଳ ଲୋକ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରିବା ସହ ସିସିଟିଭି ଫୁଟେଜ ଆଧାରରେ ଆସାମୀକୁ ଖୋଜି ଚାଲିଥିଲା। ଆସାମୀ ମନୋଜ ଭୂବନେଶ୍ବର ସମେତ କର୍ଣ୍ଣାଟକ ,ଦିଲ୍ଲୀ ଆଦି ଅଞ୍ଚଳରେ ଦୀର୍ଘଦିନ ହେବ ଘୂରି ବୁଲୁଥିବା ମୋବାଇଲ ଟ୍ରାକରୁ ପୋଲିସ ଜାଣିବା ପରେ ଖୋଜାଖୋଜି ଚଳାଇଥିଲା। ହେଲେ ଦୀର୍ଘ 4/5ଦିନ ହେବ ଆସାମୀ ମନୋଜ ଆରଡିରେ ରହି ଆସୁଥିବା ପୋଲିସ ଖବର ପାଇବା ପରେ ସ୍ଥାନୀୟ ଲୋକ ଓ ଆରଡି ପୋଲିସର ମିଳିତ ସହଯୋଗରେ ଆସାମୀକୁ କାବୁ କରିଛି ।