SunstarTV
ପୂର୍ବତନ ଭାରତୀୟ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗ୍ସର ମାଷ୍ଟରମାଇଣ୍ଡ ମହେନ୍ଦ୍ର ସିଂ ଧୋନି ଇଣ୍ଡିଆନ ପ୍ରିମିୟର ଲିଗର ସିଜିନ ୨୦୨୫ ପାଇଁ ମେଗା ନିଲାମ ପାଇଁ ବ୍ୟସ୍ତ ଅଛନ୍ତି। ସେପଟେ, ପୂର୍ବତନ ସହଯୋଗୀ ମିହିର ଦିବାକର ଏବଂ ସୌମ୍ୟା ଦାସଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ମାମଲାରେ ଧୋନିଙ୍କୁ ହାଇକୋର୍ଟ ନୋଟିସ ପଠାଇଛନ୍ତି। ମଙ୍ଗଳବାର ଦିନ ଝାଡଖଣ୍ଡ ହାଇକୋର୍ଟ ମହେନ୍ଦ୍ର ସିଂ ଧୋନିଙ୍କୁ ନୋଟିସ ଜାରି କରିଛନ୍ତି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ମୁତାବକ, ମିହିର ଦିବାକର ଓ ସୌମ୍ୟା ଦାସ ‘ଆର୍କା ସ୍ପୋର୍ଟସ ଆଣ୍ଡ ମ୍ୟାନେଜମେଣ୍ଟ ଲିମିଟେଡ’ର ନିର୍ଦ୍ଦେଶକ ଅଟନ୍ତି। ତାଙ୍କ ନାମରେ କ୍ରିକେଟ୍ ଏକାଡେମୀ ଖୋଲିବା ପାଇଁ ଉଭୟେ ମହେନ୍ଦ୍ର ସିଂହ ଧୋନିଙ୍କ ସହ ଚୁକ୍ତି କରିଥିଲେ। ତେବେ ଏହାର କିଛି ଦିନ ପରେ ଏମଏସ ଧୋନି ମିହିର ଦିବାକର ଏବଂ ସୌମ୍ୟା ଦାସଙ୍କ ବିରୋଧ ଠକେଇ ଅଭିଯୋଗ ଆଣିଥିଲେ। ଧୋନି ଜାନୁଆରୀ ୫ ତାରିଖରେ ଏମାନଙ୍କ ବିରୋଧ ରାଞ୍ଚିରେ ଅପରାଧିକ ମାମଲା ରୁଜୁ କରିଥିଲେ।
ସୌମ୍ୟା ଓ ମିହିର ଦିବାକାର ତାଙ୍କ ଠାରୁ ୧୫ କୋଟି ଟଙ୍କାର ଠକେଇ କରିଥିବା ଧୋନି ଅଭିଯୋଗ ଆଣିଥିଲେ। ଧୋନି ଦାବି କରିଛନ୍ତି ଯେ ୨୦୨୧ ମସିହାରେ ସେ ଏକାଡେମୀ ପାଇଁ ଚୁକ୍ତିନାମା ଅଧିକାରକୁ ବାତିଲ କରିଦେଇଥିଲେ। ଅବଶ୍ୟ, ଏହା ପରେ ମଧ୍ୟ ତାଙ୍କ ନାମ ମିହିର ଦିୱାକର ଏବଂ ସୌମ୍ୟା ଦାସଙ୍କ ଦ୍ୱାରା ବ୍ୟବହୃତ କରାଯାଉଥିଲା।
ପରବର୍ତ୍ତୀ ସମୟରେ, ରାଞ୍ଚିରେ ଜଣେ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ କୋର୍ଟ ଦ୍ୱାରା ଦିୱାକର ଏବଂ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ତେବେ ଏହାକୁ ବିରୋଧ କରି ଦୁହେଁ ଝଡଖଣ୍ଡ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବର୍ତ୍ତମାନ ହାଇକୋର୍ଟ ଧୋନିଙ୍କୁ ଏହି ମାମଲାରେ ଅଦାଲତରେ ହାଜର ହେବାକୁ ନୋଟିସ୍ ପଠାଇଛନ୍ତି। ଏହି ମାମଲାରେ ନିଜ ପକ୍ଷ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗ ଆବେଦନରେ ସେ ଅଭିଯୋଗ କରିଛନ୍ତି ଯେ ୨୦୨୧ ମସିହାରେ ସେ ଏହାର ଅଧିକାର ବାତିଲ କରିବା ପରେ ମଧ୍ୟ ତାଙ୍କ ନାମ ବ୍ୟବହାର ଜାରି ରଖିଥିଲେ।
ଧୋନିଙ୍କୁ ଏହି ମାମଲାରେ ହାଜର ହେବାକୁ ଏବଂ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଦେଖିବାକୁ ବାକି ରହିଲା ଧୋନି ଏହି ମାମଲାରେ କେତେ ଦିନ କୋର୍ଟରେ ଉପସ୍ଥିତ ରହିବେ। ଅନ୍ୟପକ୍ଷରେ, ଆଇପିଏଲ୍ ନିଲାମ ଚଳିତ ମାସ୨୪ ଏବଂ ୨୫ନଭେମ୍ବରରେ ଅନୁଷ୍ଠିତ ହେବ।