ବିଳାସପୂର୍ଣ୍ଣ ଜୀବନଯାପନ କରିବାକୁ ସଭିଙ୍କର ଇଚ୍ଛା । ସେଥିପାଇଁ ସମସ୍ତେ ଧନ ସଂଗ୍ରହରେ ଲାଗିପଡନ୍ତି । ଅଳ୍ପ ସମୟ ମଧ୍ୟରେ ଧନୀ ହେବାକୁ ସମସ୍ତେ ଚେଷ୍ଟା ଚଳାଇଥାନ୍ତି । ତେବେ ଯଦିଓ ଅଳ୍ପ ସମୟ ମଧ୍ୟରେ ଧନୀ ହେବା ସମ୍ଭବ ହୋଇନଥାଏ । କିନ୍ତୁ କିଛି ଏଭଳି ଉପାୟ ରହିଛି ଯାହା କମ ସମୟ ମଧ୍ୟରେ ଆପଣଙ୍କୁ ଧନୀ କରିଥାଏ । ସମସ୍ତେ ଟଙ୍କା ରୋଜଗାର କରି ଧନୀ ହେବାକୁ ପ୍ରତିଦ୍ବନ୍ଦିତା କରୁଛନ୍ତି । ବ୍ୟବସାୟ ହେଉ କି ଚାକିରି, ମୋଟା ଅଙ୍କର ଟଙ୍କା କମାଇବାକୁ ସମସ୍ତେ ଚାହିଁଥାନ୍ତି । ଆଉ ଟଙ୍କା ପାଇଁ ଅନେକ ଲୋକ ଦିନ ରାତି ପରିଶ୍ରମ ବି କରୁଛନ୍ତି । ତେବେ ଟଙ୍କା ରୋଜଗାର କରିବାକୁ ଅନେକ ମାଧ୍ୟମ ରହିଛି । କିନ୍ତୁ ଟଙ୍କା ବଦଳରେ ମୋଟା ଅଙ୍କର ଟଙ୍କା ପାଇବା କେବେ ଶୁଣିଛନ୍ତି କି ?
କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ଭାବେ ସତ । ଯଦି ଆପଣଙ୍କ ପାଖରେ ପୁରୁଣା ନୋଟ୍ ଅଛି ତାହା ପ୍ରତିବଦଳରେ ମୋଟା ଅଙ୍କର ଟଙ୍କା ପାଇପାରିବେ । ଯଦି ଆପଣ ମଧ୍ୟ ଧନୀ ହେବାକୁ ଚିନ୍ତା କରୁଛନ୍ତି ତେବେ ଏହି ଖବରଟି ଅତ୍ୟନ୍ତ ଉପଯୋଗୀ ପ୍ରମାଣିତ ହେବାକୁ ଯାଉଛି । ଆମେ ଆପଣଙ୍କୁ ଏପରି ଏକ ପଦ୍ଧତି କହିବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ବିପୁଳ ପରିମାଣର ଟଙ୍କା ରୋଜଗାର କରିପାରିବେ । ଯଦି ଆପଣଙ୍କ ପାଖରେ ପୁରୁଣା ୨୦ ଟଙ୍କିଆ ନୋଟ୍ ରହିଛି ତେବେ ଲକ୍ଷପତି ହେବାର ସମ୍ଭାବନା ବି ରହିଛି । ଯଦି ଆପଣଙ୍କ ପାଖରେ ୨୦ ଟଙ୍କିଆ ନୋଟ୍ ଅଛି ତେବେ ଆପଣ ଧନୀ ହେବାର ସ୍ୱପ୍ନକୁ ପୂରଣ କରିପାରିବେ ।
କିନ୍ତୁ ଏଥିପାଇଁ କିଛି ମାପଦଣ୍ଡ ବି ରହିଛି । ସବୁ ପୁରୁଣା ୨୦ ଟଙ୍କିଆ ନୋଟ୍ ମୂଲ୍ୟବାନ ହୋଇନଥାଏ । କିଛି ନିର୍ଦ୍ଧିଷ୍ଟ ନୋଟ୍ ରହିଛି । ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ହୋଇଥାଏ । ପୁରୁଣା ୨୦ ଟଙ୍କିଆ ନୋଟ୍କୁ ୬ ଲକ୍ଷ ଟଙ୍କାରେ ବିକ୍ରି କରିପାରିବେ । ଯାହାକି ଏକ ସୁବର୍ଣ୍ଣ ସୁଯୋଗ । ଆପଣ ସମସ୍ତ ସର୍ତ୍ତ ସହିତ ଏହି ନୋଟ୍ ବିକ୍ରୟ କରିପାରିବେ । ନୋଟ୍ ବିକ୍ରି କରିବା ପାଇଁ ବିଭିନ୍ନ ଉପାୟ ବି ରହିଛି । ଅନଲାଇନ୍ ପ୍ଲାଟଫର୍ମ ଗୁଡିକରେ ପୁରୁଣା ନୋଟ୍ ବିକ୍ରି କରି ମୋଟା ଅଙ୍କର ଟଙ୍କା ପାଇପାରିବେ । ନୋଟ୍ ବିକ୍ରୟ କରିବା ପୂର୍ବରୁ, ଆପଣଙ୍କୁ ଏହାର କିଛି ନିୟମ ବିଷୟରେ ଜାଣିବାକୁ ପଡିବ । ତେବେ କଣ ସେହି ନିୟମ ଗୁଡିକ ? ଆସନ୍ତୁ ଜାଣିବା….
ତେବେ ଯଦି ପୁରୁଣା ୨୦ ଟଙ୍କିଆ ନୋଟ୍ର ସିରିଏଲ୍ ନମ୍ବର ୭୮୬ ଅଛି । ତେବେ ଆପଣ ହୋଇପାରିବେ ଲକ୍ଷପତି । କାରଣ ୭୮୬କୁ ମୁସଲିମ ସମ୍ପ୍ରଦାୟଙ୍କ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ମୁସଲମାନ ସମ୍ପ୍ରଦାୟର ଲୋକେ ଘରେ ସୁଖ ସମୃଦ୍ଧି ପାଇଁ ଏହି ନୋଟ୍କୁ କିଣିଥାନ୍ତି । ଯଦି ଆପଣ ୨୦ ଟଙ୍କିଆ ନୋଟ୍ ବିକ୍ରି କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ପ୍ରଥମେ OLX ରେ ପଞ୍ଜିକରଣ କରିବାକୁ ପଡିବ । ପଞ୍ଜିକରଣ ପରେ ୨୦ ଟଙ୍କିଆ ନୋଟ୍ର ସ୍ପଷ୍ଟ ଫଟୋ ଚିତ୍ର ଅପଲୋଡ୍ କରିବାକୁ ହେବ । ଏହା ପରେ ଯେଉଁମାନେ ନେବାକୁ ଚାହିଁବେ ଆପଣଙ୍କ ସହିତ ଯୋଗାଯୋଗ କରିବେ । ତେବେ ନୋଟ୍ଗୁଡିକର ପ୍ରକୃତ ମୂଲ୍ୟ କେତେ ତାହା OLX ପକ୍ଷରୁ ନିର୍ଦ୍ଧାରଣ କରାଯାଇ ନାହିଁ । ତଥାପି ଯେତେବେଳେ ମଧ୍ୟ ଟଙ୍କା ପଇସାର କାରବାର କରୁଛନ୍ତି ସେତେବେଳେ ସବୁ ଦିଗକୁ ଧ୍ୟାନରେ ରଖି କାରବାର କରନ୍ତୁ ।