କେନ୍ଦୁଝର ସରକାରୀ ଡ଼ିଗ୍ରୀ ଇଞ୍ଜିନୟରିଙ୍ଗ୍ କଲେଜରେ ଛାତ୍ର କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ , ସିନିୟର୍ ପିଲାଙ୍କ ମାଡ଼ରେ ଦିତୀୟ ବର୍ଷ ମାଇନିଂ ଛାତ୍ର ବିଶ୍ୱଜିତ ବେହେରା ଆହତ। ରାତି ଅଧରେ ପାଞ୍ଚ ଜଣ ସିନିଅର ଛାତ୍ର ମୋହିତ ପାତ୍ର , ସାଫଲ୍ୟ ମଲ୍ଲୀକ , କୁସୁମ ଦାସଦା , ବାବୁ ଦାଶ ଓ ଶେଖର ହଷ୍ଟେଲରେ ପଶି ଲୁହାରଡ଼ ଏବଂ ବାଡ଼ିରେ ଅମାନୁଷିକ ଭାବେ ମାଡ ମାରିଥିବା ଅଭିଯୋଗ ହୋଇଛି । ଫଳରେ ବିଶ୍ଵଜିତ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ବିଶ୍ଵଜିତଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ବିଶ୍ୱଜିତ ଙ୍କୁ ପୂର୍ବରୁ ଏହି ପାଞ୍ଚ ଜଣ ସିନିଅର ଛାତ୍ର ରାଗିଂ କରିଥିବା ନେଇ ତାଙ୍କ ବାପା କଲେଜ ରେ ଅଭିଯୋଗ କରିଥିଲେ ହେଲେ କଲେଜ କର୍ତୁପକ୍ଷ କୌଣସି ପଦକ୍ଷେପ ନେବା ବଦଳରେ ସେମାନଙ୍କୁ ଚେତାବନୀ ଦେଇ ଛାଡ଼ି ଦେଇଥିଲେ । କଲେଜ କର୍ତୃପକ୍ଷଙ୍କ ନିରବତା ପାଇଁ ଆଜି ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏଭଳି କାଣ୍ଡ ଘଟାଇଥିବା ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବବୋଲି କଲେଜ ପ୍ରିନ୍ସିପାଲ କହିଛନ୍ତି।