କଥାରେ ଅଛି ପ୍ରେମ ମଣିଷକୁ ବଦଳେଇଦିଏ । କିନ୍ତୁ ଲରେନ୍ସ ଜୀବନରେ ପ୍ରେମ ଏମିତି ଝଡ ତୋଫାନ ଆଣିଲା ଯେ ସେ ପ୍ରତିଶୋଧର ନିଆଁରେ ସମଗ୍ର ଦୁନିଆକୁ ଦୋହଲାଇ ଦେଲା । ହଁ ଆଜ୍ଞା କଣ ଆପଣ ଜାଣନ୍ତି କି, ଲରେନ୍ସ ବିଷ୍ଣୋଇର କାହାଣୀ । ଯେଉଁଥିପାଇଁ ଆଜି ସେ ଏକ ଗ୍ୟାଙ୍ଗଷ୍ଟର ଭାବେ ପରିଗଣିତ ହୋଇଛି । ଏବଂ ସଲମାନ ଖାନ୍ ସହ କଣପାଇଁ ବ୍ୟକ୍ତିଗତ ଶତ୍ରୁତା ଅଛି, ଆସନ୍ତୁ ଜାଣିବା ଏଇ କାହାଣୀରେ…
ଦର୍ଶକ ବନ୍ଧୁ ଆମେ ସମସ୍ତେ ଲରେନ୍ସ ବିଷ୍ଣୋଇର ନାଁ ଶୁଣିଛେ । ଯେଉଁ ନାଁ ପାଇଁ ପଞ୍ଜାବ ଠୁ ନେଇ ହରିୟାଣା ପର୍ଯ୍ୟନ୍ତ କୋକୁୟା ଭୟ ଲାଗିରହିଛି । କିନ୍ତୁ ଆପଣମାନେ ଜାଣନ୍ତି କି, ଏହି ଖତରନାକ ଗ୍ୟାଙ୍ଗଷ୍ଟରର ଆରମ୍ଭ ଏକ ସାଧାରଣ ସ୍କୁଲ ବାଳକ ଭାବେ ଆରମ୍ଭ ହୁଏ । ସେ ଏଭଳି ଏକ ଯୁବକ ଥିଲା ଯିଏ ପ୍ରେମରେ ପଡେ, କଲେଜରେ ରାଜନୀତି କରେ । କିନ୍ତୁ ଏଭଳି ଏକ ଘଟଣା ଘଟେ ଯାହା ତା ଜୀବନକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦିଏ । ଆଜି ଆମେ ଆପଣଙ୍କୁ ଲରେନ୍ସର ସେହି ଅଜଣା କାହାଣୀ ବିଷୟରେ କହିବୁ, ଯେଉଁଥିରେ ଥିଲା ପ୍ରେମ, ପ୍ରତିଶୋଧ, ଏବଂ ହତ୍ୟାର ସତ କାହାଣୀ…
ଘଟଣା ଆରମ୍ଭ ହୁଏ ଅବୋହରର ଏକ ସରକାରୀ ସ୍କୁଲରୁ, ଯେଉଁଠାରୁ ଲରେନ୍ସ ନିଜର ପାଠପଢା ଆରମ୍ଭ କରେ । ପିଲାଦିନରୁ ହିଁ ତା ପାଖରେ ସବୁକିଛି ଥାଏ । ପରିବାର ମଧ୍ୟ ସମ୍ପୂଣ୍ଣ ଥାଏ । କୋଟି କୋଟି ଟଙ୍କାର ଜମି ଥାଏ । ଏବଂ ଲରେନ୍ସର ବାପା ହରିୟାଣା ପୁଲିସରେ କନଷ୍ଟେବଳ ଥାଆନ୍ତି । କହିବାକୁ ଗଲେ ଏକଦମ୍ ଆରାମଦାୟକ ଜୀବନ ଥାଏ । କିନ୍ତୁ ସ୍କୁଲରେ ପଢିବା ସମୟରେ ଲରେନ୍ସର ନଜର ଏକ ଝିଅ ଉପରେ ପଡେ । ଯାହା ପ୍ରଥମ ନଜରର ପ୍ରେମ ଭାବେ ପରିଣତ ହୁଏ । ସ୍କୁଲର ଦିନରୁ ଆରମ୍ଭ ହୋଇଥିବା ପ୍ରେମ ଡିଏଭି କଲେଜ ଚଣ୍ଡୀଗଡ ପର୍ଯ୍ୟନ୍ତ ପହଞ୍ଚେ । ଯେଉଁଠାରେ ଦୁଇଜଣ ଏକାସାଙ୍ଗରେ ଆଡମିସନ ହୁଅନ୍ତି । କିନ୍ତୁ ଏହିଠାରୁ କାହାଣୀରେ ଆସେ ଏକ ମୋଡ, ଲରେନ୍ସର ମନ ପାଠ ଅପେକ୍ଷା ରାଜନୀତିରେ ଅଧିକ ଆସିଯାଏ ।
ସେ ସୋପୁ ମାନେ ଷ୍ଟୁଡେଣ୍ଟ୍ ଅରଗାନାଇଜେସନ ଅଫ୍ ପଞ୍ଜାବ ୟୁନିଭରସିଟି ନାମରେ ଏକ ଷ୍ଟୁଡେଣ୍ଟ ୟୁନିୟନ ବନାଏ । ତାର ଇଚ୍ଛା ଥାଏ କଲେଜର ପ୍ରେସିଡେଣ୍ଟ ହେବ, କଲେଜ ରାଜନୀତିରେ ବଡ ନାଁ କରିବ, କିନ୍ତୁ କୁହନ୍ତି ନା ଭାଗ୍ୟ ସବୁବେଳେ ସାଥ୍ ଦିଏନି । 2011 ରେ ହୋଇଥିବା ଏହି୍ ଷ୍ଟୁଡେଣ୍ଟ ୟୁନିଅନ ନିର୍ବାଚନରେ ଲରେନ୍ସ ବିଷ୍ଣୋଇର ସୋପୁ ହାରିଯାଏ । ଏହି ହାରିବା ଲରେନ୍ସକୁ କେବଳ ଭାଙ୍ଗିନଥିଲା ଏହାସହିତ ତାକୁ ଆହୁରି ରାଗି ବନେଇଦିଏ । କିନ୍ତୁ ଏହି ରାଗ କେବଳ ନିର୍ବାଚନ ହାରିବାର ନଥାଏ, ତା ଶତ୍ରୁମାନେ ପ୍ରେମିକାକୁ ଏହିଭଳି ନିଶାନା ବନାନ୍ତି ଯେ ଲରେନ୍ସର ପମ୍ପୂର୍ଣଣ ଜୀବନ ବଦଳିଯାଏ । କୁହାଯାଏ ଯେ ଇଲେକ୍ସନରେ ହାରିବା ପରେ ତାର ପ୍ରତୀଦ୍ବନ୍ଦୀ ପ୍ରେମୀକାକୁ ଜୀଅନ୍ତା ଜାଳିଦିଏ , ହଁ ଆଜ୍ଞା ତାର ପ୍ରେମିକାକୁ ଅତି ଭୟଙ୍କର ଭାବେ ଜଳେଇଦିଆଯାଏ । ଏବେ ଆପଣମାନେ ଭାବନ୍ତୁ ଲରେନ୍ସର ଅବସ୍ଥା କଣ ହେଇଥିବ, ପ୍ରେମିକାର ମୃତ୍ୟୁ ଲରେନ୍ସ ମନରେ ପ୍ରତିଶୋଧର ନିଆଁ ଜଳେଇଦିଏ, ଜିଅନ୍ତା ଜଳିଯାଏ ପ୍ରେମ ଆଉ ବଞ୍ଚିଯାଏ କେବଳ ପ୍ରତିଶୋଧ ।
ଏଇଟା ସେହି ମୂହୁର୍ତ୍ତ ଥାଏ ଯେତେବେଳେ ଲରେନ୍ସ ଗ୍ୟାଙ୍ଗଷ୍ଟର ବନିବାର ରାସ୍ତା ବାଛେ । ପ୍ରଥମେ କଲେଜରେ ହତିଆର ଉଠାଏ, ପରେ କେତେ ଛାତ୍ରନେତା ଉପରେ ଆକ୍ରମଣ କରେ, ଯାହାକୁ ନେଇ ତା ଉପରେ ଅନେକ ଗମ୍ଭୀର କେସ୍ ହୁଏ, ଆଉ ଏଇଟା ହିଁ ସେଇ ସମୟ ଥାଏ ସେତେବେଳେ ଲରେନ୍ସ ଭୁଲର ଦୁନିଆରେ ପାଦ ରଖେ । ଧିରେଧିରେ ସେ ଏକ ଭୟଙ୍କର ଗ୍ୟାଙ୍ଗଷ୍ଟରରେ ପରିଣତ ହୁଏ । ଏବେ ଯଦି ଆପଣ ଭାବୁଥିବେ ଯେ ତାର ଶତ୍ରୁତା କେବଳ କଲେଜ ପର୍ଯ୍ୟନ୍ତ ସୀମିତ ଥିଲା ତେବେ ଆପଣ ଭୁଲ ଭାବୁଛନ୍ତି ।
ଏହି କାହାଣୀରେ ଆଉ ଏକ ବଡ ନାଁ ରହିଛି, ସଲମାନ ଖାନ୍ । 1998 ରେ ଯେତେବେଳେ ରାଜସ୍ଥାନରେ ହାମ ସାଥ ସାଥ ହୈ ଚଳଚ୍ଚିତ୍ର ସୁଟିଂ ଚାଲିଥାଏ, ସେହି ସମୟରେ ସଲମାନଙ୍କ ଉପରେ କଳା ହରିଣ ଶୀକାରର ଆରୋପ ଲାଗିଥାଏ । ସେତେବେଳେ ଲରେନ୍ସ ମାତ୍ର 5 ବର୍ଷର ଥାଏ, କିନ୍ତୁ ତାର ବିଷ୍ଣୋଇ ସମ୍ପ୍ରଦାୟ ଏହି କଳା ହରିଣ ପୂଜାକରନ୍ତି, ଆଉ ଏହା ହିଁ ସେହି କାରଣ ଯେଉଁଥିପାଇଁ ଏତେବର୍ଷ ପରେ ବି ସଲମାନଙ୍କ ପ୍ରତି ଲରେନ୍ସର ରାଗ କମ୍ ହୁଏନି, ଏହି ରାଗ ଏବେ ବି ବଞ୍ଚିଛି । କିଛିଦିନ ତଳେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କର ହତ୍ୟା ହୁଏ, ଯିଏ ସଲମାନଙ୍କର ନୀକଟତର ଥିଲେ । ମୁମ୍ବାଇ ପୁଲିସ ହିସାବରେ ଏହି ହତ୍ୟା ପଛରେ ଲରେନ୍ସର ହାତ ଥାଏ । ଏକ ସୋସାଲ ମେଡିଆ ପୋଷ୍ଟରେ ଲରେନ୍ସ ଗ୍ୟାଙ୍କସହ ଥିବା କିଛି ଲୋକ ସଫା ସଫା କହିଥିଲେ ଯେ ଯିଏ ସଲମାନ ଏବଂ ଦାଉଦ ଗ୍ୟାଙ୍ଗକୁ ସାହାଯ୍ୟ କରିବ ସିଏ ନିଜ ନିଜ ହିସାବ କରିନିଅ………..ଏହାର ମାନେ ହେଉଛି ଲରେନ୍ସର ଶତ୍ରୁତା କଲେଜ ପର୍ଯ୍ୟନ୍ତ ସୀମିତ ନୁହେଁ, ବଲିଉଡ ଆଉ ଅପରାଧର ଦୁନିଆ ପର୍ଯ୍ୟନ୍ତ ପହଞ୍ଚିଛି ।
ତେବେ ଦର୍ଶକବନ୍ଧୁ ଏହା ଥିଲା ଲରେନ୍ସ ବିଷ୍ଣୋଇର କାହାଣୀ । ଏମିତି ଏକ ମଣିଷ, ଯିଏ ପ୍ରେମ କଲା ତାକୁ ହରେଇଲା, ଏବଂ ପୁଣି ପ୍ରତିଶୋଧର ନିଆଁରେ ଅଗ୍ରସର ହେଲା । କୁହନ୍ତି ଯେ ପ୍ରେମର ନିଆଁରେ ଜଳିଥିବା ମଣିଷ କିଛି ବି କରିପାରେ । ଆଉ ଲରେନ୍ସର ଜୀବନ ଏହି ଘଟଣାର ଜ୍ବଳନ୍ତ ଉଦାହରଣ । ଆଜି ସେ ଜେଲ୍ ର ଚାରିକାନ୍ଥ ଭିତରେ ଅଛି ସତ, କିନ୍ତୁ ତାର ଭୟ ଜେଲ୍ ବାହାରେ ଶୁଣିବାକୁ ମିଳୁଛି ।