ପୁଣି ସାମ୍ନା କୁ ଆସିଲା ନକଲି ସାମ୍ବାଦିକଙ୍କ କଳା କାରନାମା। ମସ୍ଚ୍ୟ ବ୍ୟବସାୟୀ ଙ୍କୁ ଚାନ୍ଦା ମାଗିବା ପଡିଲା ମହଙ୍ଗା। ଆଜ୍ଞା ହଁ ଜଣେ ନକଲି ସାମ୍ବାଦିକ ଚାନ୍ଦା ମାଗି ହଟହଟା ହୋଇଛନ୍ତି ଖାଲି ହଟହଟା ହୋଇ ନାହାନ୍ତି ବରଂ ଥାନା ରେ ଅଟକ ମଧ୍ୟ ଅଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଂଚଳ ରେ। ରାଜନଗର ରେ ଦିନକୁ ଦିନ ନକଲି ସାମ୍ବାଦିକ ଙ୍କ ପାଦରୁଭାଵ ବଢ଼ିବାରେ ଲାଗିଛି। ଏ ହେଉଛନ୍ତି ରାଜନଗର ବ୍ଲକ ତାଳଚୁଆ ଅଂଚଳ ର ସର୍ବେଶ୍ୱର ପ୍ରଧାନ। ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ପାସ ହେଲେ ନିଜକୁ ସାମ୍ବାଦିକ ର ପରିଚୟ ଦେଇ ନିରୀହ ଲୋକଙ୍କ ଠୁ ହଜାର ହଜାର ଟଙ୍କା ଚାନ୍ଦା ଆଦାୟ କରିବା ଆଙ୍କ ଧର୍ମ।ଆଙ୍କ ନାଁ ରେ ପୂର୍ଵ ରୁ ରହିଛି ପୁଳାପୁଳା ଅଭିଯୋଗ, କେତେବେଳେ ମଦ ଦୋକାନ ରେ ପଶି ତ ଆଉ କେତେବେଳେ ରାସ୍ତା ରେ ଯାଉଥିବା ଗାଡି କୁ ଅଟକାଇ କରନ୍ତି ଟଙ୍କା ଆଦାୟ। ବାରମ୍ବାର ନିରୀହ ଲୋକଙ୍କୁ ହଇରାଣ କରିବା ଏ ବ୍ୟକ୍ତି ଙ୍କ ନିତିଦିନିଆ ଧନ୍ଦା ପାଲଟିଥିଲା। ତାଳଚୁଆ ଅଂଚଳ କିଛି ମସ୍ଚ୍ୟଯିବି ଙ୍କୁ ଏ ଏବଂ ସତ୍ୟ ପ୍ରକାଶ ସେଠି ନାମକ ଜଣେ ନକଲି ସାମ୍ବାଦିକ ବାରମ୍ବାର ଧମକ ଚମକ ଦେଇ ଚାନ୍ଦା ଆଦାୟ କରି ଆସୁଥିଲେ। ଚାନ୍ଦା ନଦେଲେ ଫରେଷ୍ଟ ବାଲାଙ୍କୁ କହି ତମ ବୋଟ ଓ ଜାଲକୁ ଜବତ କରାଇ ଦେବୁ ବୋଲି ଧମକ ଦେଉଥିଲେ ସତ୍ୟପ୍ରକାଶ ଓ ସର୍ବେଶ୍ୱର। ଡର ଭୟ ରେ ଏହି ଲୋକମାନେ ବହୁବାର ଏମାନଙ୍କନୁ ଟଙ୍କା ବି ଦେଇଛନ୍ତି ହେଲେ ଏ ଦୁହିଁଙ୍କ ଅତ୍ୟାଚାର ଅସହ୍ୟ ହେବାରୁ ଆଜି ଥାନାର ଦ୍ୱାରସ୍ଥ ହୋଇ ଏହି ଦୁଇ ନକଲି ସାମ୍ବାଦିକ ଙ୍କ ନାଁ ରେ ଅଭିଯୋଗ କରିବା ପରେ ପୋଲିସ ସର୍ବେଶ୍ୱର ପ୍ରଧାନ କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।