ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ବ୍ରିଟେନରେ ଦେଖାଯାଇଥିବା କରୋନାର ନୂତନ ଷ୍ଟ୍ରେନ ସାରା ବିଶ୍ଵ ପାଇଁ ଚିନ୍ତାର କାରଣ ସାଜିଛି । ବ୍ରିଟେନରୁ ଓଡିଶାକୁ ଫେରିଥିବା ସମସ୍ତ ଯାତ୍ରୀଙ୍କ କରୋନା ଟେଷ୍ଟ କରାଯାଉଛି। ଏଯାବତ୍ ବ୍ରିଟେନରୁ ଓଡ଼ିଶା ଫେରିଛନ୍ତି ୧୮୮ଜଣ ଯାତ୍ରୀ।
ସେଥିରୁ ୧୭୯ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୬୦ଜଣଙ୍କ ନମୂନା ପରୀକ୍ଷା ହୋଇସାରିଛି । ମୋଟ ବ୍ରିଟେନ ଫେରନ୍ତା ଓ ତାଙ୍କ ସମ୍ପର୍କୀୟଙ୍କୁ ମିଶାଇ ୨୦୪ଜଣଙ୍କର ଆରଟି-ପିସିଆର ପରୀକ୍ଷା କରାଯାଇଛି । ପରୀକ୍ଷା ପରେ ୭ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର। ତେବେ ସେମାନଙ୍କ ମଧ୍ୟରେ କରୋନାର ନୂତନ ଷ୍ଟ୍ରେନ ଦେଖାଯାଇନାହିଁ ।