ରାଜନଗର ବ୍ଲକ ଭିତରକନିକା ନିଷେଧାଞ୍ଚଳରେ ମାଛ ମାରୁଥିବା ମାଛ ମାଫିଆଙ୍କ ବିରୁଦ୍ଧରେ ସାମ୍ବାଦିକ ସର୍ବେଶ୍ୱର ପ୍ରଧାନ ଖବର ପ୍ରସାରଣ କରିବା ପରେ ବନ ବିଭାଗ ମାଛ ମାଫିଆଙ୍କୁ ମାଛ ମାରିବା ବାରଣ କରିଥିଲା ଯେଉଁ ରାଗରୁ ଆଜି ଅପରାହ୍ନ 1 ଘଟିକା ସମୟରେ ଚାଳିଶ ରୁ ଅଧିକ ମାଛ ମାଫିଆ ସର୍ବେଶ୍ୱର ପ୍ରଧାନଙ୍କ ଘରେ ପସି ହାତରେ ବାଡ଼ି ଠେଙ୍ଗା ଓ ଭୁଜାଲି ଧରି ସର୍ବେଶ୍ୱରଙ୍କ ସମସ୍ତ ପରିବାରକୁ ଜୀବନରୁ ମାରିଦେବା ଉଦେଶ୍ୟରେ ଏକ ଭୁଜାଲି ଓ ବଡ଼ ବାଡ଼ିରେ ଆକ୍ରମଣ କରି ରକ୍ତାକ୍ତ କରିଥିଲେ,ଖାଲି ଆକ୍ରମଣ କରିନଥିଲେ ତାହା ସହିତ ସର୍ବେଶ୍ୱର ପ୍ରଧାନଙ୍କ ମା ଓ ସ୍ତ୍ରୀକୁ ଧର୍ଷଣ କରିବା ପାଇଁ ଚେଷ୍ଟା କରିଥିଲେ ପରେ ସର୍ବେଶ୍ୱରଙ୍କୁ ଲଙ୍ଗଳା କରି ମାରିବା ସହିତ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି 5 କିଲୋମିଟର ପ୍ରଭାତୀ ଅଞ୍ଚଳକୁ ନେଇ ଧମକ ଦେଇଥିଲେ କାହିଁକି ନିଷେଧାଞ୍ଚଳରୁ ଆମକୁ ମାଛ ମାରିବାକୁ ବନ୍ଦ କଲୁ ତତେ ଆଜି କୁମ୍ଭୀର ପାଟିକୁ ଫିଙ୍ଗି ଦେବୁ କହି ସର୍ବେଶ୍ୱର ଧରିଥିବା ମୋବାଇଲକୁ ଛଡେଇ ନେଇଥିଲେ କିନ୍ତୁ ଦୁଃଖର କଥା ଏତେ ସବୁ ଘଟଣା ଘଟିଯାଇଥିଲେ ସୁଦ୍ଧା ତାଳଚୁଆ ସାମୁଦ୍ରିକ ଥାନା ଅଧିକାରିଣୀ ସସ୍ମିତା ସାହୁ ଫୋନ ସୁଇଚ ଅଫ କରି ବସିପଡ଼ିଥିଲେ ଯେତେବେଳେ ଏସପି ଓ ଏସଡିପିଓ ଙ୍କୁ ଏ ସମ୍ପର୍କରେ ଅଭିଯୋଗ ହେଲା ଠିକ ସେତିକି ବେଳେ ତାଳଚୁଆ ସାମୁଦ୍ରିକ ଥାନାର ଅଧିକାରିଣୀ ସସ୍ମିତା ସାହୁ କିଛି କନଷ୍ଟେବଳଙ୍କୁ ପ୍ରଭାତୀକୁ ପଠାଇ ମାଛ ମାଫିଆଙ୍କ କବଳରୁ ସର୍ବେଶ୍ୱରଙ୍କୁ ଉଦ୍ଧାର କରି ତାଳଚୁଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ସେଠାରେ ସର୍ବେଶ୍ୱର ଓ ତାଙ୍କ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟା ପର୍ଣ୍ଣ ଥିବାରୁ ତାଙ୍କୁ ଡାକ୍ତର ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ରେଫର କରିଥିଲେ ପରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଛି, ଏ ସମସ୍ତ ଘଟଣାର ଅଭିଯୋଗ ସର୍ବେଶ୍ୱରଙ୍କ ସ୍ତ୍ରୀ ତାଳଚୁଆ |