SunstarTV
ଜଣାଶୁଣା ଲୋକ ଗାୟକ ଶାରଦା ସିହ୍ନାଙ୍କୁ ନୂଆଦିଲ୍ଲୀର AIIMS ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ଶାରଦାଙ୍କ ଅବସ୍ଥା ଗୁରୁତର ଏବଂ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ପୁଅ ଅଂଶୁମାନ ସିହ୍ନା ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏକ ଭିଡିଓରେ ସେ ତାଙ୍କ ମା’ଙ୍କ ଅବସ୍ଥା ବିଷୟରେ କହିଥିଲେ। ତାଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିବାକୁ ସେ ନିବେଦନ କରିଥିଲେ। ଛଟ ମହୋତ୍ସବରେ ଗୀତ ଗାଉଥିବା ଶାରଦା ସିହ୍ନା ଅସୁସ୍ଥତା କାରଣରୁ ଅକ୍ଟୋବର ୨୫ ରେ ଦିଲ୍ଲୀର AIIMS ରେ ଭର୍ତ୍ତି ହୋଇଥିଲେ। ଅକ୍ଟୋବର ୨୭ ରେ ଅଂଶୁମାନ ଡାକ୍ତରଖାନାରେ ଭର୍ତ୍ତି ହେବାର ଖବର ସୋସିଆଲ ମିଡିଆରେ ସେୟାର କରିଥିଲେ।
ଏଥି ସହ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି।ଏହି ସମୟରେ ଜନତା ଦଳ (ୟୁନାଇଟେଡ୍) ର ରାମନାଥ ଠାକୁର ତାଙ୍କୁ ଭେଟି AIIMS ନିର୍ଦ୍ଦେଶକଙ୍କଠାରୁ ଉନ୍ନତ ଚିକିତ୍ସା ପାଇଁ ଦାବି କରିଥିଲେ। ତେବେ ତାଙ୍କ ଅବସ୍ଥା ଗୁରୁତର ରହିଛି। ଏଥି ସହିତ ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗାୟକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଶାରଦା ସିହ୍ନାଙ୍କ ପୁଅ ବିଷୟରେ ସମ୍ପୂର୍ଣ୍ଣ ସୂଚନା ନେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଶାରଦା ସିହ୍ନାଙ୍କ ପୁଅ ଅଂଶୁମାନ ସିହ୍ନାଙ୍କୁ କଲ କରି ତାଙ୍କ ମା’ଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ତାଙ୍କୁ ଉତ୍ତମ ଚିକିତ୍ସା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ସୂଚନାନୁସାରେ, ଆଜି ସକାଳେ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଶାରଦା ସିହ୍ନା ଜିଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରିଥିଲେ।