SunstarTV
ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନ ସର୍ବଦା ନିଜ ଭକ୍ତଙ୍କ କଷ୍ଟ ଦୂର କରିଥାନ୍ତି। ସେଥିପାଇଁ ହନୁମାନଙ୍କୁ ସଙ୍କଟମୋଚନ ମଧ୍ୟ କୁହାଯାଏ। ଶ୍ରଦ୍ଧାର ସହ ଆରାଧନା କଲେ ହନୁମାନ ଖୁବ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି। ହନୁମାନ ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହୋଇଥିବାରୁ ତାଙ୍କ ଶରଣାଗତ ହେଲେ ଭକ୍ତଙ୍କ ସବୁ ସଙ୍କଟ ଦୂର ହୋଇଥାଏ।
ପଞ୍ଚମୁଖୀ ହନୁମାନଙ୍କ ପୂଜା କଲେ ବହୁ ଲାଭ ମିଳିଥାଏ। ଘରେ ପଞ୍ଚମୁଖୀ ହନୁମାନଙ୍କ ପ୍ରତିମା କିମ୍ବା ଫଟୋ ପୂଜା କଲେ ମଙ୍ଗଳ, ଶନି, ପିତୃ ଦୋଷରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ। କିନ୍ତୁ ଏହି ପ୍ରତିମା ଦକ୍ଷିଣ ଦିଗରେ ସ୍ଥାପନା କରି ପୂଜା କରିବା ଉଚିତ। ଏଥିପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ। ପଞ୍ଚମୁଖୀ ହନୁମାନଙ୍କ ପୂଜା କରିବା ଦ୍ୱାରା ଜୀବନରେ ଆସିବାକୁଥିବା ସମସ୍ତ ସଙ୍କଟ ଦୂର ହୋଇଥାଏ।
କୁହାଯାଏ ଘରେ କୌଣସି ବାସ୍ତୁଦୋଷ ଥିଲେ ଅନେକ ପ୍ରକାରର ଅଶାନ୍ତି ଉପୁଜିଥାଏ। ତେଣୁ ଏହି ବାସ୍ତୁଦୋଷକୁ ସହଜରେ କରିବା ପାଇଁ ଏହି ଫଟୋ ଘରକୁ ଆଣିପାରିବେ ।
ଘରର ମୁଖ୍ୟଦ୍ୱାର ଯଦି ଦକ୍ଷିଣ ମୁହାଁ ହୋଇଥାଏ, ତା’ହେଲେ ପ୍ରବେଶ ଦ୍ୱାର ନିକଟରେ ପଞ୍ଚମୁଖୀ ହନୁମାନଙ୍କର ଫଟୋ ଲଗାଇବା ଶୁଭ ହୋଇଥାଏ। ଘରେ ପଞ୍ଚମୁଖୀ ହନୁମାନ ଜିଙ୍କ ଫଟୋ ରଖିବା ଦ୍ବାରା ପ୍ରଗତିର ରାସ୍ତା ଖୋଲିଥାଏ। ଜୀବନରେ ବାଧା ଦୂର କରିବା ଏବଂ ଧନ ହାସଲ କରିବା ପାଇଁ ଘରର ମୁଖ୍ୟ ପ୍ରବେଶ ପଥରେ ପଞ୍ଚମୁଖୀ ହନୁମାନ ଜୀଙ୍କର ଫଟୋ ରଖିବା ଉଚିତ। ଏହା ଦ୍ୱାରା ମନ୍ଦ ଶକ୍ତି କରି ଘରେ ପ୍ରବେଶ କରେ ନାହିଁ।
କୁହାଯାଏ ଯେ ଯଦି ଘରେ ପଞ୍ଚମୁଖୀ ହନୁମାନଙ୍କ ପ୍ରତିମା କିମ୍ବା ଚିତ୍ର ରଖି ପୂଜା କରାଯାଏ। ତେବେ ମଙ୍ଗଳ, ଶନି, କେତୁ ଏବଂ ରାହୁ ଦୋଷ ଠାରୁ ଆରାମ ମିଳିଥାଏ। କିନ୍ତୁ ମନେରଖନ୍ତୁ ଯେ ଏହି ପ୍ରତିମୂର୍ତ୍ତି କିମ୍ବା ଚିତ୍ର କେବଳ ଦକ୍ଷିଣ ଦିଗରେ ରଖାଯିବା ଉଚିତ୍। ଯେଉଁ ଲୋକ ଭଗବାନ ହନୁମାନଙ୍କର ନିଷ୍ଠା ସହକାରେ ପୂଜା କରିଥାଏ । ସେହି ଲୋକ ଜୀବନକୁ ଆସୁଥିବା ପ୍ରତିଟି ସଙ୍କଟକୁ ପ୍ରଭୁ ସଙ୍କଟମୋଚନ ଦୂର କରିଥାନ୍ତି ।