ପବିତ୍ର ଦୀପାବଳିରେ ରିତୀନୀତି ଅନୁଯାୟୀ ବାବା ଆଖଣ୍ଡଳମଣିଙ୍କ ମନ୍ଦିରକୁ ଉଠିଲା ମହାଦୀପ। ଏହି ଅବସରରେ ବାବାଙ୍କ ମନ୍ଦିରରେ ଭୋର ୪ଟାରେ ଦ୍ବାରଫିଟା ନୀତି ସହ ସମସ୍ତ ନୀତିକାନ୍ତି ଅପରାହ୍ଣ ସୁଧା ସମ୍ପନ୍ନ ହେବା ପରେ ବାବାଙ୍କୁ ଦୁର୍ଲଭ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା। ସଂଧ୍ଯାରେ ଶୋଡଷ ଉପଚାର ନୀତି ଅନୁଷ୍ଠିତ ହୋଇଥିବା ବେଳେ ଶତାଧିକ ଭକ୍ତ ହଜାରହଜାର ଦୀପ ପ୍ରଜ୍ବଳନ କରିଥିଲେ। ପରେ ମହାଦୀପ ନୀତି ନିମନ୍ତେ ମହାଦୀପ ପ୍ରସ୍ତୁତ କରାଯାଇ ବାବାଙ୍କ ପାଖରେ ସର୍ମପିତ କରାଯାଇ ଅଗ୍ନି ସଂଯୋଗ କରାଯିବା ପରେ ଘଣ୍ଟାକିର୍ତ୍ତନ ସହ ମନ୍ଦିର ବେଢା ପରିକ୍ରମା କରାଯାଇ ରାତ୍ର 9.30ରେ ମନ୍ଦିର ଚୂଡାରେ ସ୍ଥାପନ କରାଯାଇଥିଲା।