SunstarTV
ତେଲେଙ୍ଗାନାରେ କଂଗ୍ରେସ ସରକାର ବୁଧବାର ଦିନ କଞ୍ଚା ଅଣ୍ଡାରୁ ପ୍ରସ୍ତୁତ ମିୟୋନିଜଉତ୍ପାଦନ, ସଂରକ୍ଷଣ ଏବଂ ବିକ୍ରୟ ଉପରେ ତୁରନ୍ତ ପ୍ରଭାବ ପକାଇ ଏହାକୁ ବ୍ୟାନ କରିଛନ୍ତି। ଖାଦ୍ୟ ବିଷାକ୍ତ ହେବାର ଅନେକ କାରଣ ହେତୁ ମିୟୋନିଜ ଅଭିଯୋଗ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ଏ ବାବଦରେ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ଏକ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶରେ କୁହାଯାଇଛି ଜନସାଧାରଣଙ୍କଠାରୁ ଗ୍ରହଣ କରାଯାଇଥିବା ଅଭିଯୋଗ ଅନୁଯାୟୀ କଞ୍ଚା ଅଣ୍ଡାରୁ ପ୍ରସ୍ତୁତ ମିୟୋନିଜ ଗତ କିଛି ମାସ ମଧ୍ୟରେ ଅନେକ ଘଟଣାରେ ଖାଦ୍ୟ ବିଷାକ୍ତ ହେବାର କାରଣ ହୋଇଛି।
ଅଣ୍ଡାର ହଳଦିଆକୁ ତେଲ ସହିତ ମିଶାଇ ମିୟୋନିଜ ତିଆରି ହୁଏ ମିୟୋନିଜହେଉଛି ଏକ ମୋଟା ଏବଂ କ୍ରିମ୍ ସସ୍ ଯାହା ଅଣ୍ଡାର ହଳଦିଆ ଅଂଶକୁ ତେଲ ସହିତ ମିଶାଇ ତିଆରି କରାଯାଇଥାଏ, ପ୍ରାୟତଃ ଭିନେଗାର କିମ୍ବା ଲେମ୍ବୁ ରସ ମିଶାଇ ଏହା ପ୍ରସ୍ତୁତ ହୁଏ | ଏହା ସାଇଡ୍ ଡିସ୍ କିମ୍ବା ସାଣ୍ଡୱିଚ୍, ସାଲାଡ୍, ଆପେଟିଜର୍, ସ୍ନାକ୍ସ,ସ୍ବରମା ଏବଂ ବିଭିନ୍ନ ପାତ୍ରରେ ଡ୍ରେସିଂ ଭାବରେ ବ୍ୟବହୃତ ହୁଏ|
ହାଇଦ୍ରାବାଦରେ ମୋମୋ ଖାଇବା ପରେ ମହିଳାଙ୍କ ମୃତ୍ୟୁ ପରେ ୬ଜଣଙ୍କୁ ବୁଧବାର ଦିନ ଗିରଫ କରାଯାଇଛି। ଆମେ ଆପଣଙ୍କୁ କହି ରଖୁଛୁ ଯେ, ଅକ୍ଟୋବର ୨୭ ରେ, ଜଣେ୩୧ ବର୍ଷୀୟା ମହିଳା ଏକ ରାସ୍ତା କଡ଼ରୁ ମୋମୋ ଖାଇବା ପରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି | ଅନ୍ୟ ୨୦ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠାଯାଇଥିବା ଖାଦ୍ୟ ନମୁନାରୁ ଯାହା ମିଳିଲା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ମିୟୋନିଜ କଞ୍ଚା ଅଣ୍ଡାରୁ ପ୍ରସ୍ତୁତ ହେଉଥିବାରୁ ଏହା ଫୁଡ ପଏଜନିଂ କରାଉଥିବା ଅନୁସନ୍ଧାନରୁ ଜଣାପଡ଼ିଥିଲା। ଏହାପରେ ତୁରନ୍ତ ତେଲେଙ୍ଗାନା ସରକାର ଏହାକୁ ବ୍ୟାନ୍ କରିଛନ୍ତି। ଆଜିଠୁ ତେଲେଙ୍ଗାନାରେ ଏହି ପ୍ରତିବନ୍ଧକ ଲାଗୁ ହେଉଥିବା ବେଳେ ବର୍ଷେ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ।