ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆକ୍ସନ ମୋଡରେ ଓଡିଶା ଭିଜିଲାନ୍ସ । ପ୍ରତ୍ୟେକ ଦିନ ଭିଜିଲାନ୍ସ ଦୁର୍ନୀତିଖୋର ବାବୁମାନଙ୍କ ଘରେ ରେଡ ଜାରି କରୁଛି । ତେବେ ଆଜି ପୁଣି ବଲାଙ୍ଗୀରରେ ଭିଜିଲାନ୍ସର ରେଡ୍ ହୋଇଛି । ଆୟବହିର୍ଭୂତସମ୍ପତି ଠୁଳ ଅଭିଯୋଗରେ ପୁଇଁତଲା ବ୍ଲକ ଭାରପ୍ରାପ୍ତ ଜିପିଓଙ୍କ ଘରେ ଛାପା ମାରିଛି ଭିଜିଲାନ୍ସ । ସମ୍ପୃକ୍ତ ଅଧିକାରୀଙ୍କ ନାମ ବିହାରୀ ଲାଲ ବାରିକ ବୋଲି ଜଣାପଡିଛି । ଜିପିଓଙ୍କ ଶାନ୍ତିପଡ଼ା ବାସଭବନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି ।
ସେହିପରି ଭିଜିଲାନ୍ସ ପଞ୍ଝାରେ ଫସିଛନ୍ତି ଜଣେ ବ୍ୟାଙ୍କ ମ୍ୟାନେଜର । ଏହି ବ୍ୟାଙ୍କ ମ୍ୟାନେଜର ଜଣକ ହେଉଛନ୍ତି ସାଗର ରଣା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଛି ଭିଜିଲାନ୍ସ ।ବଲାଙ୍ଗୀର ବିଡିସିସି ବ୍ୟାଙ୍କର ଲାଠୋର ଶାଖା ବ୍ୟାଙ୍କ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍ । ସାଗର ରଣାଙ୍କ ଟିଟିଲାଗଡ଼ ସାହାରା ଅଫିସ ନିକଟରେ ଥିବା ଘର ଓ ଲାଠୋର ଅଫିସରେ ଚଢାଉ କରିଛି ଭିଜିଲାନ୍ସ । ଚଢାଉ ବେଳେ ନଗଦ ଟଙ୍କା ଓ ସୁନାଗହଣା ଜବତ ହୋଇଛି ।